STORYMIRROR

Hrusikesh Mishra

Others

2  

Hrusikesh Mishra

Others

କଲମ

କଲମ

1 min
14.7K


କଲମ

ପୋଥି ଓ ପୁରାଣ ତୁମରି ସର୍ଜ୍ଜନା

ଜୀବ ଜୀବନ ବିହୀନ ,

ସମାଜ ସଂସ୍କାର ବ୍ରତ ଯେ ତୁମର

ଯୁଗେ ଯୁଗେ ହେ ମହାନ।

ଆପଣେଇ ଥିଲେ ଗାନ୍ଧୀ ଗୋପବନ୍ଧୁ

ରହିଲେ ଅମର ହୋଇ ,

କବି କୁଳ ଏବେ ନିଜର କରିଣ

ସର୍ଜ୍ଜନା କରନ୍ତି ସେହି।

ନକ୍ଷତ୍ର ଗଣନା ପୋଥି ସଂରଚନା

କେତେ କରିଅଛ ତୁମେ,

ତୁମ ବିନା ସତେ ମନୋଭାବ ଯେତେ

ଅପୂର୍ଣ୍ଣ ଏ ଧରାଧାମେ।

ବିଦ୍ୟାଳୟ ଠାରୁ କାର୍ଯ୍ୟାଳୟ ଯାଏଁ

ସବୁଠା ରେ ଥାଅ ରହି,

ହୁଅନ୍ତି ଦିବ୍ୟାଙ୍ଗ ଛାଡ଼ି ତୁମ ସଂଗ

କଲମ ନାମ କୁ ବହି।

ପଦର ମିଳନ ଶବ୍ଦ ସଂଯୋଜନ

ତୁମରି ଅମ୍ଳାନ କୀର୍ତ୍ତି,

ରାଜ୍ୟ ବାସୀ ଠାରୁ ରାଜ୍ୟପାଳ ଯାଏଁ

ସବୁଠି ତୁମରି ଖ୍ୟାତି।

ତୁମରି ଆଶିଶେ ସମ୍ପୂର୍ଣ୍ଣ ହୋଇଲା

ବେଦ ବେଦାନ୍ତ ରଚନା,

ଆହୁରି ଲେଖିଲ ଗୀତା ଭାଗବତ

ଧନ୍ୟ ତୁମରି ମହିମା।

ଲୋଡ଼େ ମୁଁ ଆଶିଷ ମିଶ୍ର ହୃଷିକେଶ

ପ୍ରକଟ ହୁଅ ମୋ ଠାରେ,

କବିଟିଏ ହୋଇ ପଦକୁ ସଜାଇ

ନାଚୁଥିବି ଆନନ୍ଦରେ।


Rate this content
Log in