STORYMIRROR

Debasis Ray

Children Stories Inspirational Children

3  

Debasis Ray

Children Stories Inspirational Children

କଲମ

କଲମ

1 min
250

                    

               

 ମୁଁ ଅଟେ ଗୋଟିଏ ସୁନ୍ଦର କଲମ 

ବୁଦ୍ଧିମାନ ମନୁଷ୍ୟ ଦେଇଛି ଜନମ 


ଖାତାରେ ସୁନ୍ଦର ଚିତ୍ର ସବୁ ମୋ ଦ୍ୱାରା ଅଙ୍କା 

ଇଚ୍ଛା କଲେ କରିଦିଏ ଦୁଃର୍ଜନଙ୍କ ମୁହଁ ବଙ୍କା 


ତେଜସ୍ୱୀ ମନୁଷ୍ୟ ଦ୍ୱାରା ଆଣିପାରେ ପରିବର୍ତ୍ତନ 

କର୍ତ୍ତବ୍ୟର ଜାଗା ହଉ କାରାଗାର ବା ଉଦ୍ୟାନ 


ପିଲାଙ୍କଠାରୁ ବୁଢା ପ୍ରଯ୍ୟନ୍ତ ସମସ୍ତଙ୍କର ଦରକାର 

ମୋର ଶକ୍ତିରେ ଫେରାଇଆଣେ ଆନନ୍ଦ ଅପାର            


କର୍ତ୍ତବ୍ୟରେ ଅବହେଳା କେବେ କରେ ନାହିଁ 

ସେଥିପାଇଁ ଲେଖକ ସଦା ମୋତେ ପାଖରେ ରଖଇ 


ମୋ ବିନା ସମାଜ ହୋଇଯାଇପାରେ ଅଵଶ୍ୟ ଅଚଳ 

ପିଲାମାନେ ସୁଚିନ୍ତା କୁ ମୋଦ୍ୱାରା ଟିପ ନଚେତ ଭୁଲିଯିବ ଚଞ୍ଚଳ 


କାଗଜ ଓ ମୋର ମିତ୍ରତା ସର୍ବଜନ ବିଦୀତ 

କେବେ ବି ନକରୁ ଆମେ ସମାଜର ଅହିତ 


ପିଲାମାନେ ମୋତେ ଫୋପାଡିବନି ଆଡେ ସାଡେ଼


କଲମ ପେଡ଼ିରେ ସାଇତି ରଖିବ ପାଖରେ ,ଯିବ ଯୁଆଡେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍