କଲମ
କଲମ
ମୁଁ ଅଟେ ଗୋଟିଏ ସୁନ୍ଦର କଲମ
ବୁଦ୍ଧିମାନ ମନୁଷ୍ୟ ଦେଇଛି ଜନମ
ଖାତାରେ ସୁନ୍ଦର ଚିତ୍ର ସବୁ ମୋ ଦ୍ୱାରା ଅଙ୍କା
ଇଚ୍ଛା କଲେ କରିଦିଏ ଦୁଃର୍ଜନଙ୍କ ମୁହଁ ବଙ୍କା
ତେଜସ୍ୱୀ ମନୁଷ୍ୟ ଦ୍ୱାରା ଆଣିପାରେ ପରିବର୍ତ୍ତନ
କର୍ତ୍ତବ୍ୟର ଜାଗା ହଉ କାରାଗାର ବା ଉଦ୍ୟାନ
ପିଲାଙ୍କଠାରୁ ବୁଢା ପ୍ରଯ୍ୟନ୍ତ ସମସ୍ତଙ୍କର ଦରକାର
ମୋର ଶକ୍ତିରେ ଫେରାଇଆଣେ ଆନନ୍ଦ ଅପାର
କର୍ତ୍ତବ୍ୟରେ ଅବହେଳା କେବେ କରେ ନାହିଁ
ସେଥିପାଇଁ ଲେଖକ ସଦା ମୋତେ ପାଖରେ ରଖଇ
ମୋ ବିନା ସମାଜ ହୋଇଯାଇପାରେ ଅଵଶ୍ୟ ଅଚଳ
ପିଲାମାନେ ସୁଚିନ୍ତା କୁ ମୋଦ୍ୱାରା ଟିପ ନଚେତ ଭୁଲିଯିବ ଚଞ୍ଚଳ
କାଗଜ ଓ ମୋର ମିତ୍ରତା ସର୍ବଜନ ବିଦୀତ
କେବେ ବି ନକରୁ ଆମେ ସମାଜର ଅହିତ
ପିଲାମାନେ ମୋତେ ଫୋପାଡିବନି ଆଡେ ସାଡେ଼
କଲମ ପେଡ଼ିରେ ସାଇତି ରଖିବ ପାଖରେ ,ଯିବ ଯୁଆଡେ
