STORYMIRROR

Sonali Swapna Patra

Others

3  

Sonali Swapna Patra

Others

କଲମ

କଲମ

1 min
199

ନୀରବ ଭାବରେ ଲେଖିଯାଏ ସବୁ

ପୂର୍ଣ୍ଣତାକୁ ଦିଏ ଢାଳି 

ତଥାପି ଥକିନି ଚାଲିବା ବାଟରେ

ଚାଲୁଛି ନିଜକୁ ଜାଳି  


ବଳୀୟାନ ସେହି ମୋର ପ୍ରିୟ ବନ୍ଧୁ

ସୃଜନୀ ସବୁର ସାକ୍ଷୀ 

ତାହା ମାୟାରେ ସୃଜଇ ସମସ୍ତ

ଥାଏ ମୋର ପାଖା ପାଖି  


ଯାହା ସେ କରଇ ଶାଣିତ ମୁନରେ

ଅପୂର୍ବ ତା ରୂପରାଜି 

ବାହୁଡି ନେଉଛି ମୋ ସୃଜନୀ ରଥ

ସାରଥିଟେ ସେହି ସାଜି  


ଶୃଙ୍ଗାରେ ଭରଇ କାହା ପତ୍ରକୁ ସେ

କାହାକୁ ବିରହେ ଜାଳେ 

ହୃଦୟର କଥା ନିଖୁଣ ଭାବରେ

 ଲେଖି ପ୍ରୀତିଭାବ ଢାଳେ  


ନୁହେଁ ସେ କେବଳ ଲେଖନୀ ଯନ୍ତ୍ରଟେ

ସାଥୀ ମୋର ସେହି ପ୍ରିୟ 

ସୁପ୍ତ ଲୁପ୍ତ ଜାତିକୁ ଜାଗ୍ରତ କରାଏ

ନରଖି ମନରେ ଭୟ  



Rate this content
Log in