STORYMIRROR

padmaja pati

Others

3  

padmaja pati

Others

କଲମ ଆଖିରେ ଲୁହ

କଲମ ଆଖିରେ ଲୁହ

1 min
488

କୋହଭରା କଣ୍ଠେ କହଇ କଲମ କହିବାକୁ ଲାଗେ ଲାଜ

ଏ କି ହେଲା?ଆଜି ଅବସ୍ଥା ମୋହର ମୋକଥା ମନରେ ହେଜ I

ବଡ଼ ଭାଇ ମୋର ଲୁହାର ଲେଖନୀ ତାଳ ପତରର ସାଥୀ

ହଜିଗଲା କାହିଁ ଆଉ ନ ଦିଶଇ ଲେଖିଥିଲା କେତେ ପୋଥି I

ମଝିଆ ଭାଇଟା ଝର କଲମ ଯେ କାଳି ଦେଉଥିଲା ପିଇ

ଧୀରେ ଧୀରେ ଝରେ କାଳି ତା ମୁହଁରୁ କାଗଜରେ ଲେଖୁଥାଇ I

ତାକୁ ଦେଖିବାକୁ ପାଉନି ଆଜି ମୁଁ ମୋର ଆଖପାଖେ କାହିଁ

ରହିଛି ସେ ଯାଇ ସମ୍ଭ୍ରାନ୍ତ ସମାଜେ ଆଭିଜାତ୍ୟ ଚି଼ହ୍ନ ହୋଇ I

ଅଠାଳିଆ କାଳି ଭରା ନଳୀଟିଏ ଅଛି ମୋ ଦେହ ଭିତରେ

ସରୁ ମୁହେଁ ଲେଖେ ଅଲିଭା ଅକ୍ଷର କେତେ କାଗଜ ଉପରେ I

ହେଲେ ଆଜି ମୋର ଦୁଃଖ ବଢ଼ାଇଲେ ମୋବାଇଲ,କଂପ୍ୟୁଟର

ଅନଲାଇନରେ ହୁଏ ସବୁ କାମ ମୁଁ ଆଉ ଲୋଡ଼ା କାହାର?

ଶିଳ୍ପ ବିପ୍ଳବ ତ ଆଗେଇଚାଲିଛି ଚତୁର୍ଥ ପାଳି ତାହାର

ଆଙ୍ଗୁଠି ଟିପରେ ଲେଖଇ ମଣିଷ ମୁଁ ଅବା କି ଦରକାର?


Rate this content
Log in