STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

କଳ୍ପନାରେ ଜଗନ୍ନାଥ

କଳ୍ପନାରେ ଜଗନ୍ନାଥ

1 min
27.9K


ଯାଇ ପାରିଲିନି ତୋ ବଡ ଦେଉଳ

ଛୁଇଁ ପାରିଲିନି ତୋ ନନ୍ଦିଘୋଷ

ଆର ବରଷକୁ ଲାଗିବକି ଡୋର

ଧାଇଁ ଯିବି ପୁରୀ ଆଖିରେ ଦେଖିବି

ତୋ ସୁନାବେଶ ।।


ବଡଦାଣ୍ଡ ଧୂଳି ମୁଣ୍ଡରେ ମାରିବି

ଅପସରି ଯିବ ମନରୁ ଦୁଃଖ

ତୋ ସିଂହଦୁଆର ବାଇଶ ପାହାଚ

ମନଲୋଭା ଦୃଶ୍ୟ ଆହା କି ମଧୁର

କେଡେ ସୁନ୍ଦର ।।


ମହୋଦଧି ତୀରେ ଚାଲିଯିବି ଧୀରେ

ଦେଖିବି ସେଠାରେ ତୋ ପାଦ ଚିହ୍ନ

ଢେଉ ନାଚୁଥିବ ତୋ ମହିମା ଗାଇ

ଚହଲା ପାଣିରେ ଦେଖିବି ତୋ ମୁହଁ

ତୋ ପ୍ରତିବିମ୍ବ ।।


ରତ୍ନ ମଣ୍ଡପ ରେ ଚତୁର୍ଧା ମୂରତି

ଶୋଭା ପାଉଥିବ ଦୟଣା ମାଳ

ତୋ ବାଙ୍କ ଚାହାଣୀ ତୋ ମୁରୁକି ହସ

ମନେ ଭରିଦେବ ଅପୂର୍ବ ଆନନ୍ଦ

କସ୍ତୁରୀ ବାସ ।।


ତୋ ମହାପ୍ରସାଦ ଅମୃତ ର ବାସ

ଖାଇସାରି ମୁଣ୍ଡେ ପୋଛିବି ହାତ

କୋଇଲି ବୈକୁଣ୍ଠ ଦର୍ଶନ କରିବି

ଲଭିବି ମୁକତି ଧୋଇଯିବ ପାପ

ମନ ହରଷ ।।


ମୁକ୍ତି ମଣ୍ଡପ ରେ ମୁଣ୍ଡିଆ ମାରିବି

କଳ୍ପବଟେ ତୋର ବାନ୍ଧିବି ଡୋର

ଶରଧା ବାଲିରୁ ସାଉଁଟିବି ଶ୍ରଦ୍ଧା

ଯହିଁ ପାଦ ଥିବ ତୋ ଭାଇ ଭଉଣୀ

ତୋ ପୂଣ୍ୟ ରଥ ।।


ତୋ ମାଉସୀ ଘର ଗୁଣ୍ଡିଚା ମନ୍ଦିର

ପୋଡପିଠା ପଣା ଅନ୍ନ ବ୍ୟଂଜନ

କେତେ ଲୀଳାଖେଳା ପୁଲକିତ ମନ

ମୁଗ୍‌ଧ ମୂର୍ଚ୍ଛନା ରେ ଭୁଲି ଯିବୁନାହିଁ

ଏ ଦଃଖୀଜନ ।।


ପ୍ରତୀକ୍ଷା ମୋ'ର ହେବକି ସାର୍ଥକ

ଦର୍ଶନ କରିବି ତୋ ଚକାମୁଖ

ଛୁଇଁ ଛୁଇଁ ଯିବି ତୋ ରଥ ଦଉଡି

ଥାଏ ଯଦି ମୋର ପିଣ୍ଡରେ ପ୍ରାଣ

ହେ ଦୟାମୟ ।।


ଶରତ କୁମାର ଦାସ

ଅଧ୍ୟାପକ,ବଡବିଲ ମହାବିଦ୍ୟାଳୟ,ବଡବିଲ।


Rate this content
Log in