କଳ୍ପନାରେ-31
କଳ୍ପନାରେ-31
1 min
6.3K
କଳ୍ପନାର ଗୀତ -31
ଲେଖୁଥିଲେ କଥା ତୁମ ରୂପ ଗାଥା
ଲେଖାରେ ମାଦକ ମୋହେ
ଶ୍ୟାମାଙ୍ଗୀ ଶରୀରେ ପ୍ରୀତି ଯେବେ ଧରେ
ଜାଣେନା କେଉଁଠି ରହେ ।
ଅଳପ ଟିକେରେ ଅବୁଝା ରହିଲେ
ତୋତେ ମୁହିଁ ଖୋଜୁଥାଏ
ତୋର ମନ ଯେବେ ନଥାଏ ମୋଠାରେ
ପ୍ରତାରଣା ବାଆ ବହେ ।
ପ୍ରେମ ପ୍ରତାରଣା ଅବା ବୁଝାମଣା
କେହି ନୁହେଁ ସୁଖ ଫଳ
କହୁଥିଲେ ଯଦି ବୁଝି ହୁଏ ନାହିଁ
କହିବ ଆଗାମୀ ବେଳ।