STORYMIRROR

Prasanta kumar Hota

Others

3  

Prasanta kumar Hota

Others

କଳ୍ପନାରେ-26

କଳ୍ପନାରେ-26

1 min
13.5K


କଳ୍ପନାର ଗୀତ -26


ହୁଅନ୍ତା କି ଏହା ଦେଉଥାନ୍ତ ତୁମେ

ନେଉଥାନ୍ତି ମୁହିଁ ବସି

ଢାଳୁଥିବ ତୁମେ ପିଆଲାରେ ଭରି

ତୃଷ୍ଣା ଯାଉଥାନ୍ତା ଖସି।


ମେଣ୍ଟୁନାହି ତୃଷ୍ଣା କଣ୍ଠରୁ ମୋହର

ତୋ ତନୁ ପାଖରେ ଥିଲେ

ମଦିରା ନିଶା କି ମଦମତ୍ତ କରେ

ରୂପରେ ଲାବଣ୍ୟ ଥିଲେ ।


ଦେଖୁଥିବି ତୋତେ ନେଇ ଢୋକେ ଢୋକେ

ନିଚଳ ପଥର ହୋଇ

ବୁଡି ରହିଥିବି ପ୍ରୀତି ସାଗରରେ

ମୀନଟିଏ ପରି ହୋଇ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍