କଳ୍ପନାର ଗୀତ 59
କଳ୍ପନାର ଗୀତ 59
1 min
182
ମୋପାଖେ ମୋହର ଅଛି ଅବା କଣ
ଭାଳୁଅଛି ତୁମ କଥା
ତୁମେ କି ସତରେ ଧରାଦେବ ମୋତେ
ପବନେ ପିଟୁଛି ମଥା
ପବନରେ ବାଆ ଯିବକି ତୋ ପାଶେ
କହିଦେବ ମୋର କଥା
କୁଆଁରୀ ମନରେ ଭରିଦେଲେ ଆଶା
ଭରିଯାନ୍ତା ମୋର ଆସ୍ଥା
ଦେଖିଥିଲି ଯେବେ ତୁମକୁ ଘାଟରୁ
ଆସୁଥିଲ ସ୍ନାନ ସାରି
ଓଦା ସରସର ସରାଗ ଦେହର
ଅଙ୍ଗୁ ପଡୁଥିଲା ଝରି
ସୁନ୍ଦରୀ ଯେତିକି ସରମି ଯିବେକି
ଦେଖିଥିଲେ ତୁମ ରୂପ
କେଉଁ ତୂଳୀ ଅବା ତୋଳିଲା ତୁମକୁ
ଯଉବନ କଲା ଦୀପ୍ତ
ଏମନ ବୁଡିଛି ତୋ ହୃଦ ସାଗରେ
ଉଠିବାକୁ ଖୋଜେ ବଳ
ପାଇବକି ସତେ ତୋ ରୂପ ସାଗର
ଲିଭିବ ଅଙ୍ଗ ଅନଳ।
ପ୍ରଶାନ୍ତ କୁମାର ହୋତା
