STORYMIRROR

Prasanta kumar Hota

Others

2  

Prasanta kumar Hota

Others

କଳ୍ପନାର ଗୀତ -52

କଳ୍ପନାର ଗୀତ -52

1 min
7.7K


ଅଭିସାର ଯେବେ ଅଭିସମ୍ପାତରେ

ହେଉଥାଏ ସର୍ବନାଶୀ

କିଏ ଜାଣିପାରେ ରୂପସୀ ରଙ୍ଗରେ

ମୃତ୍ୟୁ ଥିବ ସାଜି ବସି


ଯାମିନୀ କାମିନୀ ସାଜିଲେ ଜହରେ

ନିଥର ନିଚଳ କରି

ଅପେକ୍ଷା ଆଣିବ ଅତର ଆସର

ନିଦାରୁଣ ଅଭିସାରୀ


ଓଢଣାର ତଳେ କୃଷ୍ଣାଭ ଅଧରେ

ଖେଳୁଥିବ କେତେ ବିଷ

ଲେଉଟି ଲେଉଟି ଚାହୁଁ ଥିବ ସିଏ

ବୁଜିବାକୁ ତାର ପ୍ରାସ


ଦେଉଥିବ ସିଏ ପିଇବାକୁ ଭରି

ମଦାଳସା କେବେ ସାଜି

ଆସନ୍ନ ଆଗତ ଜାଣି କେ ପାରିବ

ହେଉଥିଲେ ସଦା ରାଜି।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ