STORYMIRROR

Prasanta kumar Hota

Others

2  

Prasanta kumar Hota

Others

କଳ୍ପନାର ଗୀତ -43

କଳ୍ପନାର ଗୀତ -43

1 min
7.8K


ମୋପାଖେ ମୋହର ଅଛି ଅବା କଣ

ଭାଳୁଅଛି ତୁମ କଥା

ତୁମେ କି ସତରେ ଧରାଦେବ ମୋତେ

ପବନେ ପିଟୁଛି ମଥା


ସେ ପବନ କାଳେ ଯିବ ତୋର ପାଶେ

କହିଦେବ ମୋର କଥା

କୁଆଁରୀ ମନରେ ଭରିଦେଲେ ଆଶା

ଭରିଯିବ ମୋର ଆସ୍ଥା


ଦେଖିଲି ଯେବେ ମୁଁ ତୁମକୁ ଘାଟରୁ

ଆସୁଥିଲ ସ୍ନାନ ସାରି

ଓଦା ସରସର ସରାଗ ଦେହର

ଅଙ୍ଗୁ ପଡୁଥିଲା ଝରି


ସୁନ୍ଦରୀ ଯେତିକି ସରମି ଯାଆନ୍ତେ

ଦେଖିଥିଲେ ତୁମ ରୂପ

କେଉଁ ତୂଳୀ ଅବା ତୋଳିଲା ତୁମକୁ

ଯଉବନ କଲା ଦୀପ୍ତ


ଏମନ ବୁଡିଛି ତୋ ହୃଦ ସାଗରେ

ଉଠିବାକୁ ଖୋଜେ ବଳ

ପାଇବିକି ସତେ ତୋ ରୂପ ସାଗର

ଲିଭିବ ଅଙ୍ଗ ଅନଳ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍