STORYMIRROR

Prasanta kumar Hota

Others

2  

Prasanta kumar Hota

Others

କଳ୍ପନାର ଗୀତ -41

କଳ୍ପନାର ଗୀତ -41

1 min
7.8K


ଜହ୍ନ ଆଲୁଅରେ ତୁମକୁ ଦେଖିଲେ

ଲାଗ ତୁମେ ପରୀ ପରୀ

ମଦିରା ନିଶା କି ମତ୍ତ କରିଦେଲା

ଭାବି ହୁଏ ବାରି ବାରି


ରାତି ସପନରେ ଦେଖିଛି ତୁମକୁ

ସୁନ୍ଦର ଶଶାଙ୍କ ପରି

ସବୁଠୁ ନିଜର ବୋଲି ସିନା ଆସ

କେତେ କଉତୁକ ଭରି


କହି ନାହିଁ କେବେ ଅନ୍ତର ଭାଷାରେ

ପ୍ରତି ପଦେ ପ୍ରୀତି ଦେଇ

ଯାହା ବି କହିଛ ଇସାରେ ଇସାରେ

ଅଭାଷାରେ ଭାଷା ବୋହି


ଭଲପାଅ ବୋଲି ଭାବୁଛି ମୁଁ ଏତେ

ଚୁପି ଚୁପି ରୁହ ତୁମେ

କେମିତି କହିବି ମନ କଥା ମୋର

ମନେ ମନେ ଯାହା ଝୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍