କଳ୍ପନା
କଳ୍ପନା
ପବିତ୍ର ମନରେ ପବିତ୍ର ଚିନ୍ତାରେ
କବିତାର ମୁଳ ମନ୍ତ୍ରେ
ଜନଜନଙ୍କୁ ସେ ପ୍ରେରଣା ଦିଅଇ
କଳ୍ପନାର କବି ମନ୍ତ୍ରେ।୫।
ମାତୃଭାଷା ଅଟେ ପିତୃମାତୃ ଭାଷା
ମାତୃଭାଷାରେ ରଚନା,
କଳ୍ପନା ତାହାର ମାତୃଭାଷାରେ ହିଁ
ଭାଷା ଜଡ଼ିତ କଳ୍ପନା।୬।
ଆତ୍ମନିର୍ଭରଟି କରିବା ନିମନ୍ତେ
କବିତା ରଚନା ତାର,
ଆତ୍ମବିଶ୍ୱାସଟି କିପରି ଆସିବ
ଦିଅଇ ପ୍ରେରଣା ତାର।୭।
ରାଷ୍ଟ୍ରର ଉନ୍ନତି କିପରି ଟି ହେବ
କବି ରୂପ ଦେଉ ଥାଏ,
ସୁରକ୍ଷିତ ଦେଶ କିପରି ଟି ହେବ
ସବୁ ବେଳେ ଚିନ୍ତୁ ଥାଏ।୮।
କବିର କଳ୍ପନା ବିଶ୍ୱ ଗୁରୁ ପାଇଁ
ନିତ୍ୟେ କରୁ ଥାଏ ଚେଷ୍ଟା,
ନୂଆ ନୂଆ ରୂପ କବିତାରେ ଦିଏ
ବିଶ୍ୱ ଗୁରୁ ପାଇଁ ଚେଷ୍ଟା।୯।
ବ୍ରହ୍ମାଣ୍ଡ ଭିତରେ ଘଟୁ ଥିବା କଥା
କବିତାର ରୂପ ହୁଏ,
ପର୍ଯ୍ୟବେକ୍ଷଣଟି କବିତା ରୂପରେ
ରଚନାଟି ତହିଁ ହୁଏ।୧୦।
କବି ଅନୁଭବ ଶୀତ ସକାଳକୁ
ନରମ ଖରା କିରଣ,
ପ୍ରଷ୍ଫୁଟିତ ପୁଷ୍ପ ସୌନ୍ଦର୍ଯ୍ୟ ଦୃଶ୍ୟକୁ
କବି କବିତା ବର୍ଣ୍ଣନ।୧୧।
ଉପଲବ୍ଧି କରେ ଶ୍ରମିକ କ୍ଲାନ୍ତିକୁ
ପରିଶ୍ରମ ସାରା ଦିନ,
ପେଟ ପାଇଁ ତାର ଟହଟହ ଖରା
ସହୁ ଥାଏ ରାତି ଦିନ।୧୨।
ଝୁପୁଡି ଘରର ମଜଦୁର କଥା
ଅନୁଭବ କରେ ମନେ,
ବର୍ଷାର ବାତ୍ୟାରେ ତାଙ୍କରି କଷ୍ଟକୁ
ରଚନା କଳମ ମୁନେ।୧୩।
ପବିତ୍ର ମନରେ ପବିତ୍ର ଚିନ୍ତାରେ
କବିତାର ମୁଳ ମନ୍ତ୍ରେ,
ଜନଜନଙ୍କୁ ସେ ପ୍ରେରଣା ଦିଅଇ
କଳ୍ପନାର କବି ମନ୍ତ୍ରେ।୧୪।