କଳ୍ପନା ବିଳାସି
କଳ୍ପନା ବିଳାସି
1 min
329
ନୀଳାଭ ଗଗନ ଦିଗନ୍ତ ବିସ୍ତାରି
ଭାଷମାନ ମେଘଖଣ୍ଡ
ଚଳନ୍ତି ବଉଦ ଲୁଚେତ ସୂରୁଜ
ଚନ୍ଦ୍ର ହୁଏ ଅଧାଖଣ୍ଡ।
ଭଷାମେଘ ଦେଖି ନାଚୁଥାଏ କେକି
ମେଲେଇ ସୁନୀଳ ପୁଚ୍ଛ
ଦେଖଣାହାରୀ ତ ଉଲ୍ଲସି ଉଠନ୍ତି
ସେସବୁ ତାପାଇଁ ତୁଚ୍ଛ।
ସାଗରର ନୀଳ ଗରଭ ଭିତରେ
ଲୁଚିରହିଛି ତ ମୁକ୍ତା
ଉତ୍ତାଳ ତରଙ୍ଗେ ବିପଣୀର ପଂକ୍ତି
ନାଚନ୍ତି ହୋଇଣ ଶିକ୍ତ।
ରାଜୀବ ଲୋଚନ ନୀଳତ୍ପୋଳ ପରା
ଅଟେ ସେହି ମନୋହର
ଢଳଢଳ ସେହି କମଳିନୀ ଦଳ
ସରସୀରେ ଶତଦଳ।
କଳାକାହ୍ନୁ ଦେହେ ନୀଳର ପ୍ରଲେପ
ରାଧା ମନ କିଣିନିଏ
ଜଗତର ନୀଳ ସବୁଜ ସୁନ୍ଦର
କଳ୍ପନା ବିଳାସି ହୁଏ।
