STORYMIRROR

Bunee Tripathy

Others

4  

Bunee Tripathy

Others

କଳ୍ପନା ବିଳାସି

କଳ୍ପନା ବିଳାସି

1 min
327

ନୀଳାଭ ଗଗନ ଦିଗନ୍ତ ବିସ୍ତାରି

  ଭାଷମାନ ମେଘଖଣ୍ଡ

ଚଳନ୍ତି ବଉଦ ଲୁଚେତ ସୂରୁଜ

  ଚନ୍ଦ୍ର ହୁଏ ଅଧାଖଣ୍ଡ।


ଭଷାମେଘ ଦେଖି ନାଚୁଥାଏ କେକି

  ମେଲେଇ ସୁନୀଳ ପୁଚ୍ଛ

ଦେଖଣାହାରୀ ତ ଉଲ୍ଲସି ଉଠନ୍ତି

   ସେସବୁ ତାପାଇଁ ତୁଚ୍ଛ।


ସାଗରର ନୀଳ ଗରଭ ଭିତରେ

  ଲୁଚିରହିଛି ତ ମୁକ୍ତା

ଉତ୍ତାଳ ତରଙ୍ଗେ ବିପଣୀର ପଂକ୍ତି

   ନାଚନ୍ତି ହୋଇଣ ଶିକ୍ତ।


ରାଜୀବ ଲୋଚନ ନୀଳତ୍ପୋଳ ପରା

  ଅଟେ ସେହି ମନୋହର

ଢଳଢଳ ସେହି କମଳିନୀ ଦଳ

  ସରସୀରେ ଶତଦଳ।


କଳାକାହ୍ନୁ ଦେହେ ନୀଳର ପ୍ରଲେପ

  ରାଧା ମନ କିଣିନିଏ

ଜଗତର ନୀଳ ସବୁଜ ସୁନ୍ଦର

   କଳ୍ପନା ବିଳାସି ହୁଏ।


Rate this content
Log in