Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

PUSPALATA SAHOO

Others

4  

PUSPALATA SAHOO

Others

କଳ୍ପବଟ

କଳ୍ପବଟ

1 min
23.2K


ଯାଇଥିଲି ପୁରୀ 

ମନେ ଆଶା ଭରି 

ଦେଖିବି ତୋ ଦାରୁ ରୂପ 

ହେଲେ ଜଗା ତୁହି 

ବଡ଼ ଦେଉଳରେ 

ପକାଇ ଦେଲୁ କୋଲପ......।।

ସୁରୁଜ ଉଠିଲେ 

ନୟନ ଖୋଲିଲେ 

ଦେଖଇ ତୋ ଚକାଆଖି 

ଆଜି କାହିଁ ତୋର 

ଚକା ଆଖି ମୋର 

ନୟନେ ନ ଯାଏ ଲାଖି...... ।।

ତୋ କଳ୍ପବଟରେ 

ଡୋରି ବାନ୍ଧି ଦେଇ 

ମନରେ ଭରିଛି ଆଶା 

ପୁରିବ ନିଶ୍ଚୟ 

ମୋ ମନର ଆଶା 

କରିବୁ ନାହିଁ ନିରାଶା..... ।।

କଳପ ବଟର

ମହିମା କେମନ୍ତ

କିଏ ବା କହିବ ସତେ 

କେତେ କାଳ ଠାରୁ 

ଭକତ ଅନ୍ତରେ 

ପୂଜା ତୁ ପାଉଛୁ ଯେତେ..... ।।

ଅବଢ଼ା ଖଣ୍ଡରେ 

ନାଲି ଧଳା ସୂତା 

ବାନ୍ଧି ଦେଲେ ତୋ ଦେହରେ 

ମନର କଳ୍ପନା 

ପୂର୍ଣ୍ଣ ହୋଇଥାଏ 

ନୁଆଁଏ ମଥା ଭକ୍ତିରେ...... ।।

ଚାରିପାଖେ ତୋର 

ବହୁ ଦେବା ଦେବୀ 

ପାଉଥାନ୍ତି ରହି ପୂଜା 

କାହାକୁ କେବେ ତୁ 

କରିନୁ ଅଲୋଡ଼ା 

ସବୁରି ଉଡାଇ ଧ୍ବଜା...... ।।

ଭକତଙ୍କୁ ଟାଣେ 

କାଳିଆ ସାଆନ୍ତ

ଶଙ୍ଖ କ୍ଷେତ୍ରରେ ବସି 

କଳ୍ପ ବଟ ଦେହେ 

ଡୋରି ବାନ୍ଧି ଦେଇ 

କଳୁଷ ଦିଅନ୍ତି ନାଶି......।।

ମୋ ମନୁ କଳୁଷ

ନାଶିବ ତୁମେରେ 

ଆହେ ଜଗତର ନାଥ 

କଳ୍ପବଟ ମୂଳେ 

ଚାହିଁ ବସିଥିବି 

ବାହି ନେବ ଜୀବ ରଥ..... ।।


Rate this content
Log in