କଳପ ଗଛର ପ୍ରତିଟି ପତରେ
କଳପ ଗଛର ପ୍ରତିଟି ପତରେ
1 min
139
କଳପ ଗଛର ପ୍ରତିଟି ପତରେ
ଲେଖାଅଛି କେତେ ଆଶା
ଅନେକ ମନର ଭାବନା ଏଇଠି
ବାନ୍ଧିଛନ୍ତି ତେଣୁ ବସା।
ଯେତେ ଆଶା ସବୁ କଳପ ଉହାଡେ
ଝୁଲୁଛନ୍ତି ପ୍ରତି ଯଣ
କେତେ କେତେ ଆଶା ବିଦାୟ ନେଲେଣି
ନ ହୋଇ ଇଛା ପୂରଣ।
ତୁମରି ଦୁଆର ଆସିଥିଲି ଧାଇଁ
ରଥ ଯାତରାର ଦିନ
ଟାଣିଥିଲି ତୁମ ରଥର ଦଉଡି
ଦେଖି କଳାଶ୍ରୀ ବଦନ।
ତୁମ ଶ୍ରୀକ୍ଷେତ୍ରରେ ରହିବି ବୋଲି ମୁଁ
କରିଥିଲି ବଡ ଆଶା
ଅଧା ରହିଅଛି ମୋ ଆଶା ଟିକକ
ତୁମେ ଯେ ହେବ ଭରସା।
ଏଇ ଆଶାଟିକୁ ପୂରଣ କରିବ
କଳପ ଗଛକୁ କହି
ବଡସିଂହାସନୁ ବାରତା ଦେବ ହେ
ଗୁହାରି ଶୁଣ ସାଇଁ।
ଏତେ ଟିକି ଆଶା ଭାବିବନି ପ୍ରଭୁ
ଶ୍ରେଷ୍ଠ ଆଶା ମୋର ଏଇ
ମନ ମୋ ନିରାଶ କରିବନି ଦେବ
ବଞ୍ଚିଛି ମୁଁ ସେଥି ପାଇଁ।
