STORYMIRROR

Arundhati Jena

Others

3  

Arundhati Jena

Others

କଳଙ୍କ

କଳଙ୍କ

1 min
258

କଳଙ୍କ ନ ଲାଗୁ କୁଳରେ ମୋହର

  ସେଥିପାଇଁ ଏତେ ଅଭିନୟ

ସମ୍ମାନ ନ ଯାଉ ବାପା ମାଆଙ୍କର

  ଲାଗେ ସେଥିପାଇଁ ଭାରି ଭୟ।


ସଂସ୍କାରରେ ମୋର ଗ୍ରହଣ ନ ଲାଗୁ

   ମୋତେ ପଛେ ଯେତେ କଷ୍ଟ ହେଉ

ସବୁକିଛି ସହି ସଂସାର କରିବି

   ଘରଭଙ୍ଗା ଦୋଷ ଲଦା ନ ହେଉ।


କିଏ କେତେ ଏଠି ସରଳ ନିରୀହ

   ସବୁକିଛି ଏଇ ମନ ଜାଣେ

ଅଜଣା ହେବାର ଅଭିନୟ କରି

  ଜୀଇଁବାର ଏଠି ଖୋଜେ ମାନେ।


କେତେ ବି କରିବା ସଭିଏଁ ଭୁଲିବେ

  ଯଦି କିଛି ଟିକେ ଊଣା ହୁଏ

ନିନ୍ଦାର ଚାଦର ଢାଙ୍କି ଦେଇ ପୁଣି

  ଗାଳିର ବରଷା ଝରୁଥାଏ।


ବେଳେ ବେଳେ ଲାଗେ ଜୀଅନ୍ତା ଶବ ମୁଁ

    କେତେ କରି କିଛି ମାନେ ନାହିଁ

ମାୟା ଛଳନାର ଷଡ଼ଯନ୍ତ୍ର ଏଠି

    ଜୀବନେ ଭାରି ପଡ଼ଇ।


କେତେ ଯେ ସହିବ ଏ ଛାର ଶରୀର

   ଧୈର୍ଯ୍ୟ ଶକ୍ତି ସବୁ ଭାଙ୍ଗିଗଲାଣି

ଅନ୍ୟ ଖୁସି ପାଇଁ ଏତେ କଲବଲ

   ମରିଗଲେ କାର ଦୁଃଖ ନାହିଁ।


ସେଥିପାଇଁ ଏଠି ନିଜ ଚିନ୍ତା କର

    ଅନ୍ୟ କଥା ବେଶି ଭାବ ନାହିଁ

ନିଜେ ଖୁସି ହୁଅ ନିଜ ପାଇଁ କରି

    ଯିଏ ପଛେ ଯାହା ଯାଉ କହି।

    

କଳଙ୍କ ନ ଲାଗୁ କୁଳରେ ମୋହର

  ସେଥିପାଇଁ ଏତେ ଅଭିନୟ

ସମ୍ମାନ ନ ଯାଉ ବାପା ମାଆଙ୍କର

  ଲାଗେ ସେଥିପାଇଁ ଭାରି ଭୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍