STORYMIRROR

Prasanta kumar Hota

Others

3  

Prasanta kumar Hota

Others

କଳଙ୍କ କି ଲାଗିବ ନାହିଁ

କଳଙ୍କ କି ଲାଗିବ ନାହିଁ

1 min
233


ତୁ ସହି ପାରିଲେ ପାରୁଥିବୁ ସହି 

ମୁଁ ତ ସହି ପାରୁ ନାହିଁ 

କେମିତି ଦେଖୁଛୁ ଠାକୁର ତୁ ହୋଇ 

ଦେଉଳେ ଭିତରେ ରହି।

ପ୍ରଭୁ ପଣ ପାଇ ଏମନ୍ତ ହୋଇଲେ 

କଳଙ୍କ କି ଲାଗିବ ନାହିଁ। 


ଏ ସାରା ଜଗତ ବୋଲାଉଛି ନାଥ

କାଳିଆ ସାଆନ୍ତ କହି 

କରି କରାଉଛୁ ତୁହି ଏକା ପ୍ରଭୁ 

ତୋର ବିନା କିଛି ନାହିଁ। 

ପ୍ରଭୁ ପଣ ପାଇ ଏମନ୍ତ ହୋଇଲେ 

କଳଙ୍କ କି ଲାଗିବ ନାହିଁ। 


ନିଶ୍ଚିନ୍ତେ କେମିତି ବସି ତୁ ପାରୁଛୁ 

ପଥର ସମାନ ହୋଇ 

ଅବା ତୁ ପଥର ହୋଇ ସାରିଲୁଣି 

ପଣ୍ଡାଙ୍କ ପାଖରେ ରହି

ପ୍ରଭୁ ପଣ ପାଇ ଏମନ୍ତ ହୋଇଲେ 

କଳଙ୍କ କି ଲାଗିବ ନାହିଁ।


ତୋର ଇଙ୍ଗିତରେ ଏ ସାରା ଜଗତ 

ତୋର ଲୀଳା ଖେଳା ପାଇଁ 

ବସି କି ପାରୁଛୁ ମୋଉନ ହୋଇ ତୁ 

ଦୁଇ ହାତ ଟେକି ଦେଇ। 

ପ୍ରଭୁ ପଣ ପାଇ ଏମନ୍ତ ହୋଇଲେ 

କଳଙ୍କ କି ଲାଗିବ ନାହିଁ। 



ଏମିତି ନୀରବ କେତେଦିନ ଆଉ 

ତୋଠାରେ ଦେଖିବି ରହି

ତୁଛାଟାରେ ଯାହା କଳଙ୍କ ଲାଗୁଛି 

ଅକାରଣେ ନିନ୍ଦା ସହି

ପ୍ରଭୁ ପଣ ପାଇ ଏମନ୍ତ ହୋଇଲେ 

କଳଙ୍କ କି ଲାଗିବ ନାହିଁ। 




Rate this content
Log in