STORYMIRROR

Sunanda Mohanty

Others

4  

Sunanda Mohanty

Others

କଳଙ୍କ ହିଁ ତିଳକ

କଳଙ୍କ ହିଁ ତିଳକ

1 min
265

ଜହ୍ନରେ କଳଙ୍କ, ମନରେ କଳଙ୍କ 

କିଏ ଏଠି ଅଛି ନିଷ୍କଳଙ୍କ 

କିଏ କେବେ ଥରେ, ଆଡନୟନରେ 

ହୋଇନି କୁହତ ଜହ୍ନମନସ୍କ 

କିବା ଲିଙ୍ଗ ଭେଦ, ଅବା ପ୍ରକୃତି ପୁରୁଷ 

ଜହ୍ନ ଦେଖି ହୁଏ ଅନ୍ୟମନସ୍କ 

କଳଙ୍କ ନଥିଲେ, କଳା ବି ନଥାଏ 

କଳାକାର ଜାଣେ ସେ ମାନସାଙ୍କ 

ଗୁଣି ହରି, ପୁଣି ମିଶାଇ ଫେଡ଼ି 

ଭାଗଶେଷର ସେ ଛୋଟିଆ ଅଙ୍କ 

କିଏ ସେ ବୁଝିଛି, ବୁଝିକେ ଅବୁଝା ସାଜିଛି 

ଜହ୍ନର କଳଙ୍କ ତାର ତିଳକ 

ବାସୁନି ଚନ୍ଦନ, ବହୁନି ମଳୟ 

ବୁଝିବ କାଁହୁ ସେ ଅପରିପକ୍ବ 

ମଳୟ ବହିଲେ, ଫଗୁଣ ଆସିଲେ 

କିଏ ବା ନୁହେଁ ପଳାତକ 

ପାନ୍ଥଶାଳା ରେ, ଗୋଟିଏ ରାତିରେ 

ମନେ ମନେ ଭାବେ କିଏ ପଥିକ 

କୋଣାର୍କ ଗାର୍ତ୍ତରେ, ନର୍ତ୍ତକୀ ସର୍ତ୍ତରେ 

ପାଲଟେ କିଏ କବିତା ମନସ୍କ 

କରୋନା ଭୟରେ, ଜୀବନ ଯାତ୍ରାରେ 

ଆଣିଦେବ ବୋଧେ ତାମ୍ର ଫଳକ 

ବହୁ ଆଡ଼ମ୍ବରେ, ଲଘୁକ୍ରିୟାରେ 

ଅମାବାସ୍ୟା ଚନ୍ଦ୍ର ଶ୍ରେଷ୍ଠ ନାୟକ 

କଳଙ୍କ ବିହୀନ, ଜୀବନ ଗଣିତେ 

ନାଟକରେ ନାହିଁ ପା ଶେଷ ଅଙ୍କ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍