Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ZYOTSNA PATRAW

Others

3  

ZYOTSNA PATRAW

Others

କଳଙ୍କ ଧୋଇବ ସବୁ

କଳଙ୍କ ଧୋଇବ ସବୁ

1 min
472


ଆର ବରଷକୁ ହେ କଳା ଠାକୁର 

ମୋତେ ତୁମେ ନେବ ପୁରୀ 

ପାଖେ କିମ୍ବା ଦୂରେ ରଖିଥିବ ମୋତେ 

ଜଣା ହିଁ ତୁମକୁ ହରି ।


ମୋ ଦେହରେ ଭରା ପାପଭାର ଦାଗ 

ଲିଭିନାହିଁ ମହାପ୍ରଭୁ 

ତୁମରି ଶରଣେ ରଖିଥିବ ମୋତେ 

କଳଙ୍କ ଧୋଇବ ସବୁ ।


ମୋତେ ଏ ଧରାକୁ ଆଣିବାର ଇଛା 

କରିନି ପୂରଣ ତବ 

ପାପ ପଙ୍କିଳରେ ଘାଣ୍ଟି ହୋଇ ମୁଁ ଯେ 

ପାଲଟିଛି ବଡ ଶବ ।


ତୁମେ ଦୟାମୟ ସୁଖର କାରଣ 

ଶୁଣିଛି ବହୁତ ରୂପେ 

ସେଥିପାଇଁ ପ୍ରଭୋ ତୁମଠୁ ଦୂରକୁ

ନେବ ନାହିଁ ମୋତେ ଭବେ ।


କଳଙ୍କିତ ମୋର ମନ ପ୍ରାଣ ତୁମେ 

ଧୋଇ ଦେବ ପୁଣ୍ୟ ଜଳେ 

ପ୍ରଭୁ ହେ ତୁମର ଦାସ ହୋଇ ମୁଁ ଯେ 

ରହିଥିବି  କାଳେ କାଳେ ।


Rate this content
Log in