STORYMIRROR

K. Nirmal

Others

2  

K. Nirmal

Others

କଳ୍କୀ ରୂପରେ

କଳ୍କୀ ରୂପରେ

1 min
14.3K



ଶ୍ରୀକ୍ଷେତ୍ରରେ ଥରେ ଉଭା ହୁଅ ପ୍ରଭୁ

କଳ୍କୀ ରୂପରେ ତୁମେ,

ପାପ ଭାର ଆଉ ସହି ହେଉନାହିଁ

ତୁମ ଏ ପବିତ୍ର ଧାମେ ।।


ବଢ଼ି ଚାଲେ ଏଠି ପାପ ଭାର ବେଶି

ହଜିଯାଏ ଟଙ୍କା ସୁନା,

କିଏ ନେଲା ଏଠି ଜାଣି ହେଉନାହିଁ

କୁହନ୍ତି ମନ୍ଦିର ନନା ।।


ଘୋର କଳିକାଳ ଶେଷ ସମୟ ଏ

ଜୀବନଟା ଲାଗେ ବିଷ,

ଲାଗୁଛି ଯେମିତି ପାପୀ ମାନେ ମିଶି

ଧର୍ମକୁ କରିବେ ନାଶ।।


ବାରହାତ ଖଣ୍ଡା ଧରି ମହାବାହୁ

ଧଳା ଘଡ଼ା ପରେ ଆସ,

ଧର୍ମ ଧ୍ୱଜା ଏହି ମହୀରେ ଊଡ଼ାଇ

ସକଳ ପାପୀଙ୍କୁ ନାଶ ।।


କେ.ନିର୍ମଳ

ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍