STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

କଳ୍କୀ ରୂପ

କଳ୍କୀ ରୂପ

2 mins
197


କେ ଜାଣିକି କିଆଁ ଆକାର ଦେଇକି

ଗଢ଼ିଦେଲେ ମୂର୍ତ୍ତିକାର

ଦରକାର ବେଳେ କାମକୁ ନ ଆସେ

ଲଗେଇଛି ନାଟ ତାର ll


ଭିକାରି କରି ଦାଣ୍ଡେ ଠିଆ କରେ

ଯିଏ ସେ ତାକୁ ଡ଼ାକଇ

ଧୁତୁକାର କରି ଯିଏ ନିନ୍ଦାକରେ

ତାକୁ ସେ ଆଶିଷ ଦେଇ ll


କଳି କାଳେ ସବୁ ଟଙ୍କା ଲାଳଶା

ତାକୁ ବି ଧରିଛି ଜୋର

ବାଙ୍କ ବାବୁ ସିଏ ବଙ୍କେଇ ଦେଖୁଛି

ଜା ପାଶେ ଧନ ଜବର ll


ଲାଇନି ଲାଗିଲେ ଦେଖି ହୁଏ ନାହିଁ

ପଇଶା ନ ଥିଲେ ପାଶେ

ପୁରୀ ବଡ଼ ଦାଣ୍ଡ ମେଲା ମେଲା ହେଲା

ଭକ୍ତଙ୍କ ଭକ୍ତି କୁ ନାଶେ ll


ଦିନକୁ ଦିନ ମହଙ୍ଗା ହେଲାଣି

ବଡ଼ ଦିଅଁଙ୍କର ଭୋଗ

ଅଭଡ଼ା କି ଆଉ ମିଳୁଛି ପୁରୀରେ

ଟଙ୍କାରେ ହିଁ ଭୋଗ ରାଗ ll


କରୁଣା ଶାଆନ୍ତ କି କରେ କରୁଣା

ନିର୍ଧନି ହେଲାଣି ଜଗା

ଚାବି ହଯାଇକି ଚୋର ପସେଇଲା

ନିଜ ଲୋକ ଦେଲେ ଦଗା ll


ମଠ ମନ୍ଦିର ଭାଙ୍ଗି ଦେଇ ରାଜା

ଭିତିରିଆ ଧନ ଲୁଟେ

ସୁଡୁଙ୍ଗ ସୁଡୁଙ୍ଗ ଧନ ଥିଲା ଭରି

ବାଣ୍ଟି କୁଂଟିକିରି ମୋଟେ ll


ଯିଏ ଧନି ଅଛି ତାକୁ ହିଁ ଆଶିଷ

ଗରିବ ପେଟରେ ଲାତ

ଟଙ୍କ ତିରାଣୀ ଭାଗ୍ୟରେ ନମିଳେ

ମିଳିବ କି ପେଟେ ଭାତ ll


ଗୋରୁ ହତ୍ୟାନାରୀକୁ ଧର୍ଷଣ

ଅବଳାକୁ ହରିଲୁଟ

ମାଭଉଣୀକୁ ଇଜ୍ଜତ ନ ମିଳେ

ଭୁଂଜୁକ କରୁଛି ନାଟ ll


ଦେହ ବ୍ୟାପାରରେ ନାରୀଏ ସକ୍ରିୟ

ଚାଲିଛି ଅଙ୍ଗ ବ୍ୟାପାର

ନିଜ ବିର୍ଯ୍ୟୁ ଜନ୍ମ କନ୍ୟାକୁ ବିକଇ

ପିତା ଶତ୍ରୁ' ବ୍ୟଭିଚାର ll


ଭାଇ ପ୍ରତି ନାହିଁ' କାନ୍ଦେ ଭାଇ ହୃଦ

ନ ଦେଖେ ଭାଇର ଶିରୀ

ରକ୍ତ ସମ୍ପର୍କରେ ଫାଟ ପଡ଼ିଲାଣି

କେବଳ ସମ୍ପତି ଧରି ll


ବୃକ୍ଷ ଶୂନ୍ୟ ହୋଇ ଧରା ଶିରୀ ଗଲା

ଜାନ ଚଳାଇଲେ ଧରେ

ଅନିୟମିତ ଋତୁ ଚକ୍ର ଖେଳେ

ଜୀବଜନ୍ତୁ ଶୂନ୍ୟେ ମରେ ll


ବେଙ୍ଗ ଗଡ଼ାଇଲାସାପ ଆଧାରରେ

ମୂଷା ଗୋଉଡାଏ ବିଲ୍ଲୀ

ବାଘକୁ ଖାଇବ ବୋଲି ଧାଏଁ ମୃଗ

ହସ୍ତେ ଧରିଥିଲେ ଗୁଳି ll


ଶିକ୍ଷା ର ଘୋର ଅଭାବ ହେଲାଣି

ଗୁରୁ କୂଳେ ନାହିଁ ଗୁରୁ

ଜାର ଧନ ଅଛିସେହି ଶିଖିବ

ଯେତେ ବିଦ୍ୟା ଶିକ୍ଷା କରୁ ll


କ ମ ଚ ଯାହା ହେଲେ ପଢ଼ି

ବେକାର ହେଲେଣି ଭେଣ୍ଡା

ଚାକିରୀ ନ ମିଳେ ବାଳୁଙ୍ଗା ଟୋକାଙ୍କୁ(ଧରିଲେଣି)

ଚୋରଖଞ୍ଚଛୁରାଖଣ୍ଡା ll


ନେତାଙ୍କ ଶାସନ ଆସନ ଲୋଭ

ତାଉଁ ବଡା ତାଉଁ ବଡା

ନିରକ୍ଷର ସବୁ ହୋଇଲେ ସାଶକ

ଚୋର ଙ୍କୁ ହିଁ ଚୌକି ଲୋଡ଼ା ll


ଚୌକିଦାର ଲାଞ୍ଚୁଆ ଖଞ୍ଚୁଆ

ଅମାୟିକ ପାଏ ଦଣ୍ଡ

ସାହୁକାର ପାଏ ସର୍କାର ସାହାଯ୍ୟ

ନିଧନୀ ପରାଣ ପଣ୍ଡ ll


ରାସ୍ତା ଘାଟ ସବୁ ଚିକ୍କଣ ସୁନ୍ଦର

ଘାଇଁ ଘାଇଁ ଚାଲେ ଚକ

କହ ଚକାଡୋଳା ଦୁର୍ଘଟଣା ହେଲେ

କେ ଡାକିବ ରଖ ରଖ ll


ଦଫ୍ତର ହେଲାଣି ନିତିଲାଞ୍ଚଖିଆ

ସଭିଙ୍କୁ ଦର୍କାର ଧନ

ମଳି ମୁଣ୍ଡିଆଙ୍କ ଧନ ଲୁଟି ଖାଇ

ତାଙ୍କ ନାରୀ ଶିରୀ ମନ ll


ଦଳ ଦଳ ହୋଇ ନେତା ବିଭାଜିତ

ମୁଇଁ ରାଜା ମୁଇଁ ରାଜା

ଖାଉଟି ବାପୁଡା କରଜରେ ଲୀନ

ପାଉଅଛି ମିଛେ ସଜା ll


ନିଜ ମାତୃଭାଷା ଭୁଲିଲେଣି ସର୍ବେ

ଇଂରେଜୀ କହନ୍ତି ଗର୍ବେ

ବିଦେଶୀ ମଦରବିଦେଶ ନୃତ୍ୟ ରେ

ମାତି ନାଚୁଛନ୍ତି ସର୍ବେ ll


ଯୁଦ୍ଧ ଡାକରା ଦିଏ ପାକିସ୍ତାନ

ସୀମାନ୍ତ ରେ ମାରେ ଗୁଳି

କେତେ ଯେ ସୈନିକ ଲୋଟି ପଡିଲେଣି

ଦେଇ ନିଜ ଜୀଵ ବଳି ll


ଓଡ଼ିଆ ଭାଇଙ୍କ ଆରାଧ୍ୟ ଦେବତା

ଜଗତ ଠାକୁର ହରେ

କଳ୍କୀ ରୂପ ଆଉ କି ନେବୁ ତୁ

ନିଜ ଚିନ୍ତା ନିଜେ କରେ ll



Rate this content
Log in