STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

କଳିଯୁଗର ଶେଷକୃତ୍ୟ

କଳିଯୁଗର ଶେଷକୃତ୍ୟ

1 min
124

ମୋହଗ୍ରସ୍ତ ହୋଇ ଯେବେ ପ୍ରତାରିତ ହେବ

ଆପଣାର ବୋଲି ଆଉ କେହି ଯେ ନ ଥିବ

ବିପରୀତ ବେଳ ଜାଣି ନୀରବେ ସହିବ

ଧୈର୍ଯ୍ୟ ପ୍ରମାଣେ ବିବେକର ଆଶ୍ରା ନେବ

ଉଗ୍ର ହୋଇ କଳି ରାଜା ବିବାଦେ ଘାଣ୍ଟିବ

ଧରିତ୍ରୀ ମାଆର କୋଳୁ ସନ୍ତାନ ହରିବ

ତ୍ରାହି ତ୍ରାହି ଡାକ ତିନି ପୁରରେ କମ୍ପିବ

ଭକ୍ତଜନଙ୍କୁ କଳ୍କୀ ଅବତାରେ ଉଦ୍ଧାରିବ।


ହୋଇବ ଶେଷ ଭବେ କଳି ରାଜାର ରାଜୁତି

ନ ଥିବ ଭୋଜନ ଥିଲେ ଥାଉ ଯେତେ ସମ୍ପତ୍ତି

ଘୋର କଳିକାଳେ ଶାନ୍ତି ମୈତ୍ରୀ ହେବ ଅପହୃତ 

ଶେଷ କାଳେ କଳି ରାଜାର ମାୟାରେ ପତିତ

ମ୍ଳେଚ୍ଛ ହେବେ ନିଶ୍ଚିହ୍ନ ଯେ ଜନ ଧର୍ମ ବିପରୀତ

ଧର୍ମେ ଥିବ ଯେଉଁ ନର ହେବ ଏକା ପାଳିତ

ଆସିବ ସେ ସନ୍ଧି କ୍ଷଣ ଆକୁଳେ ଡାକିବେ ଭକତ 

ବାର ହାତ ଖଣ୍ଡା ବୁଲାଇବେ କାଳିଆ ସାଆନ୍ତ।


 



Rate this content
Log in