Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJESH MOHAPATRA

Others

2  

RAJESH MOHAPATRA

Others

କଳିଯୁଗ ପରା ଚାଲିଛି

କଳିଯୁଗ ପରା ଚାଲିଛି

1 min
6.7K


ଏଠି ଚୋର ବାବାଜୀ ସାଜିଛି

ଏବଂ ସାଧୁ ଟି ଜେଲରେ ସଢୁଛି

ଗୁଣ୍ଡାଲୋକ ଏଠି ଶାସନ କରୁଛି ପୋଲିସ ଯେ ସଲାମ ମାରୁଛି

ଆରେ କଳିଯୁଗ ପରା ଚାଲିଛି

ଆରେ କଳିଯୁଗ ପରା ଚାଲିଛି l


ସ୍କୁଲରେ କି ପାଲା ଲାଗିଛି

କ୍ଲାସରୁମରୁ ସାରଙ୍କ ଘୁଙ୍ଗୁଡି ଶୁଭୁଛି

ବାପା ଭାବେ ପୁଅ ପଢୁଛି

ହେଲେ ପୁଅ ଏଠି ନାଟ କରୁଛି

ଆରେ କଳିଯୁଗ ପରା ଚାଲିଛି

ଆରେ କଳିଯୁଗ ପରା ଚାଲିଛି l


ମନ୍ତ୍ରୀ ଏଠି ଖାଲି ଭାଷଣ ଦେଉଛି

ଭଲଦିନର ଯେ ଆଶା ଦେଖାଉଛି

ଗରିବ ଖୁସିରେ ତାଳି ଯେ ମାରୁଛି

ହେଲେ ତାର ସ୍ବପ୍ନ ସ୍ୱପ୍ନରେ ରହୁଛି

ଆରେ କଳିଯୁଗ ପରା ଚାଲିଛି

ଆରେ କଳିଯୁଗ ପରା ଚାଲିଛି l


ଲମ୍ବାବାଳ ଫେସନ ପୁଅକୁ ଘାରିଛି

ବବକଟ କରି ଝିଅ ଯେ ବୁଲୁଛି

ଛୋଟ ପୋଷାକର ଷ୍ଟାଇଲ ଚାଲୁଛି

ଦେହସାରା ଟାଟୁ କୁଟୁଛି

ଆରେ କଳିଯୁଗ ପରା ଚାଲିଛି

ଆରେ କଳିଯୁଗ ପରା ଚାଲିଛି l


ଦୁଇ ଭାଇଙ୍କ ନିତି ଝଗଡା ହେଉଛି

ଗୋଟିଏ ଘରେ ଦୁଇଟା ଚୁଲି ଜଳୁଛି

ବୁଢ଼ୀମା ଟି ଡହଳ ବିକଳ ହେଉଛି

ବୋହୁଙ୍କ ତେଜ ପୁଅଙ୍କଠୁ ବଳି ଯାଉଛି

ଆରେ କଳିଯୁଗ ପରା ଚାଲିଛି

ଆରେ କଳିଯୁଗ ପରା ଚାଲିଛି l


ଭିତରେ ଅଫିସର ବସିଛି

ବାହାରେ ପିଅନ ଜଗିଛି

ହାଥପାଉଣା ମିଳିଲେ ଯାଇଁ

ଲୋକଙ୍କୁ ଭିତରେ ଛାଡ଼ୁଛି

ଆରେ କଳିଯୁଗ ପରା ଚାଲିଛି

ଆରେ କଳିଯୁଗ ପରା ଚାଲିଛି l


Rate this content
Log in