STORYMIRROR

Gupteshwar Nanda

Others

3  

Gupteshwar Nanda

Others

କ୍ଳିଷ୍ଟତା

କ୍ଳିଷ୍ଟତା

1 min
13.4K


ଲେଖାରେ କ୍ଳିଷ୍ଟତା ଭରି ନିଶରେ

ଆଉଁଷେ ଯିଏ ହାତ

ପାଠକ ବୁଝୁ କି ନ ବୁଝୁ,ଏତିକିରେ

ହଜମ ହୁଏ ତା'ର ଭାତ ।

ପୁଣି କେତେବେଳେ କଳୁଷିତ କରେ

ଲେଖାଟିରେ ଭରି ଦ୍ୱିଅର୍ଥ

ପାଠକ ପଢ଼ି ଦ୍ୱନ୍ଦରେ ପଡେ

ସ୍ରଷ୍ଟାର ଅଛି ଏଠି କି' ସ୍ଵାର୍ଥ ?

ଲେଖାଟିର ଭାବର ଅର୍ଥ ଯଦି

ସବୁ ଶ୍ରେଣୀର ପାଠକ ପାଇଁ ନୁହଁ

ତେବେ ନିଶ୍ଚିତ ଏହା କୁହାଯାଇପାରେ

ଭାବକୁ ସୀମିତ କଲା ଲେଖାର କର୍କଶ ମୁହଁ ।

ଲେଖାକୁ ଯଦି ଏତେ କ୍ଳିଷ୍ଟ କରିବାକୁ ରହିଛି

ତୁମ୍ଭ ମାନଙ୍କର ମନ

ତୁମ ରଚନାରେ ସ୍ଥାନୀତ କର ବନ୍ଧୁଗଣ

ଚାଇନିଜ୍ ଭାଷାର ଅକ୍ଷର ମାନ ।

ଏତିକିରେ ତମ ଲେଖାର ଅର୍ଥକୁ

ତମ ଛଡା ବୋଧେ କେହି ପାରିବେନି ବୁଝି

ଅର୍ଥ ବୁଝିବାକୁ ପାଠକ ଚାହିଁଲେ, ନିଶ୍ଚୟ ଆସିବ

ତମ ପାଖକୁ, କାଲି ନହେଲେ ଆଜି ।

ତା'ପରେ ତମକୁ ନିଶ୍ଚୟ ମିଳିବ ଜାଣ

କ୍ଳିଷ୍ଟ ଲେଖକର ପଦ ମର୍ଯ୍ୟାଦା

ଯହିଁ ରହିଥିବ ଅପଯଶର ଚିହ୍ନ ।

ଲେଖାଟି ତ ତମର ନୁହଁ ,ଈଶ୍ଵର ଦତ୍ତ

ତୁମେ କେବଳ ମାଧ୍ୟମ ମାତ୍ର

ତେଣୁ ଅନୁରୋଧ ବନ୍ଧୁଗଣ ତମ କ୍ଳିଷ୍ଟତା ରହିତ ଲେଖାକୁ

ପଢି ବୁଝନ୍ତୁ ଭାଷାର ପାଠକ ସର୍ବତ୍ର ।

-ଗୁପ୍ତେଶ୍ଵର ନନ୍ଦ

ଶଙ୍କରା,ବିନିକା,ସୁବର୍ଣ୍ଣପୁର


Rate this content
Log in