STORYMIRROR

Gupteshwar Nanda

Others

3  

Gupteshwar Nanda

Others

କ୍ଳିଷ୍ଟତା

କ୍ଳିଷ୍ଟତା

1 min
82

ଲେଖାରେ କ୍ଳିଷ୍ଟତା ଭରି ନିଶରେ 

          ଆଉଁସେ ଯିଏ ହାତ

ପାଠକ ବୁଝୁ କି ନ ବୁଝୁ,ଏତିକିରେ

       ହଜମ ହୁଏ ତା'ର ଭାତ ।

ପୁଣି କେତେବେଳେ କଳୁଷିତ କରେ

     ଲେଖାଟିରେ ଭରି ଦ୍ୱିଅର୍ଥ 

ପାଠକ ପଢ଼ି ଦ୍ୱନ୍ଦରେ ପଡେ

    ସ୍ରଷ୍ଟାର ଅଛି ଏଠି କି' ସ୍ଵାର୍ଥ?

ଲେଖାଟିର ଭାବର ଅର୍ଥ ଯଦି

   ସବୁ ଶ୍ରେଣୀର ପାଠକ ପାଇଁ ନୁହଁ

ତେବେ ନିଶ୍ଚିତ ଭାବେ ଏହା କୁହାଯାଇପାରେ 

ଭାବକୁ ସୀମିତ କଲା ଲେଖାର କର୍କଶ ମୁହଁ ।

ଲେଖାକୁ ଯଦି ଏତେ କ୍ଳିଷ୍ଟ କରିବାକୁ ରହିଛି 

  ତୁମ୍ଭ ମାନଙ୍କର ମନ 

ତୁମ ରଚନାରେ ସ୍ଥାନୀତ କର ବନ୍ଧୁଗଣ

  ଚାଇନିଜ୍ ଭାଷାର ଅକ୍ଷର ମାନ । 

ଏତିକିରେ ତମ ଲେଖାର ଅର୍ଥକୁ 

  (ତମ ଛଡା ବୋଧେ) କେହି ପାରିବେନି ବୁଝି 

ଅର୍ଥ ବୁଝିବାକୁ ପାଠକ ଚାହିଁଲେ ନିଶ୍ଚୟ ଆସିବ

ତମ ପାଖକୁ, କାଲି ନହେଲେ ଆଜି ।

 ତା'ପରେ ତମକୁ ନିଶ୍ଚୟ ମିଳିବ ଜାଣ 

କ୍ଳିଷ୍ଟ ଲେଖକର ପଦମର୍ଯ୍ୟାଦା 

   ଯହିଁ ରହିଥିବ ଅପଯଶର ଚିହ୍ନ । 

ଲେଖାଟିତ ତମର ନୁହଁ ,ଈଶ୍ବର ଦତ୍ତ

     ତୁମେ କେବଳ ମାଧ୍ୟମ ମାତ୍ର 

ତେଣୁ ଅନୁରୋଧ ବନ୍ଧୁଗଣ ତମ କ୍ଳିଷ୍ଟତା ରହିତ ଲେଖାକୁ 

  ପଢି ବୁଝନ୍ତୁ ଭାଷାର ପାଠକ ସର୍ବତ୍ର ।

ଗୁପ୍ତେଶ୍ଵର ନନ୍ଦ 

ଶଙ୍କରା,ବିନିକା,ସୁବର୍ଣ୍ଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍