କଳାରୁଦ୍ରମଣି ହେ
କଳାରୁଦ୍ରମଣି ହେ
କଳାରୁଦ୍ରମଣି ହେ କୈଳାସ ପତି
କର୍ପୂର ଗୈାର ମୂରତି , ପାର୍ବତୀ ପତି
କଳାରୁଦ୍ରମଣି ହେ…… ।।
ଜଟାଜୁଟ ବିମଣ୍ଡିତ , ନୀଳକଣ୍ଠ
ଭୁଜଙ୍ଗ ମଣ୍ଡିତ , ଭସ୍ମ ବିଲେପିତ
ଉଜ୍ଜ୍ଵଳ କାନ୍ତି , ଝଟକୁ ଥାନ୍ତି
କଳାରୁଦ୍ରମଣି ହେ କୈଳାସ ପତି….. ।।
ଶଶାଙ୍କ ଶେଖର ହର , ମହେଶ୍ଵର
ଜଟାରେ ଶୋଭିତ , ଜାହ୍ନବୀ ଧାର
ଡମ୍ଵରୁ ଶୋଭିତ , ତ୍ରୀଶୂଳ ଶକ୍ତି
କଳାରୁଦ୍ରମଣି ହେ କୈଳାସ ପତି…… ।।
ଗଳେ ଶୋହେ ଅସ୍ଥି ମାଳ , ଭୋଳେଶ୍ଵର
ନଟରାଜ ନଟି ବଡ଼ ସୁନ୍ଦର
ଯୋଗୀ ଯୋଗେଶ୍ଵର , ହେ ପଶୁପତି
କଳାରୁଦ୍ରମଣି ହେ କୈଳାସ ପତି…… ।।
ଭକ୍ତ ଡାକେ ହୁଅ ତୋଷ , ଆଶୁତୋଷ
ପୂର୍ଣ୍ଣକର ଇଚ୍ଛା ଦେବ ଦେବେଶ
ଶ୍ରୀପଦେ ପ୍ରଫୁଲ୍ଲ କରଇ ଭକ୍ତି
କଳାରୁଦ୍ରମଣି ହେ କୈଳାସ ପତି…… ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳା ଯୋଡି ଖୋର୍ଦ୍ଧା
