Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Others

5.0  

Puspanjali Panda

Others

କଳାରଙ୍ଗ

କଳାରଙ୍ଗ

1 min
209


ଜୀବନ ରଥ ଟଣାର

ଭିଡା ଓଟରାରେ 

ଛାଡି ଯାଏ

କାହିଁ କେତେ ରଙ୍ଗ ।

ରଙ୍ଗାଅଧରର ନାଲି ଲୁଚିଯାଏ ,ହଜିଯାଏ 

ଦିଶଇ ବେରଙ୍ଗ ।

କଳାକାହ୍ନୁ କଳାମୁହଁ ଫିକାଦିଶେ, ଧିରେ ହସେ

ଶ୍ରୀ ବିନା ,ଶ୍ରୀହୀନ ଶ୍ରୀମୁଖ ଶ୍ରୀଅଙ୍ଗ।।

ସବୁ ରଙ୍ଗ ମିଳିଗଲେ ରଙ୍ଗ ଧରିବାଟା

ସେତେ ନୁହଇ ସହଜ ।

ସମୟ ତ ବଦଳାଏ

ମଣିଷ ମଗଜ ।

ନିଜରଥ ଟାଣୁଥାଏ ଆଉକିଏ

ଜାଣିବାରେ ମଣେ ଅସହଜ ।

ଭାବର ସହରେ ଲାଗେ ଅଭାବର ଦୁଃଖ

ଯାତ୍ରା ଶେଷେଧଳାରଙ୍ଗ ଦେଇକି ପାରିବ କେବେ କାହା ପାଇଁ ସୁଖ?

ନଅ ଦିନ ନବରଙ୍ଗ ସରିଗଲେ ହୁଅଇ ପହଡ ।

ତଥାପି ତ ବି ଏ ମଣିଷ ଧାଇଁ ବାରେ ଶେଷନାହାଁ

ଖୋଜୁଅଛି ନୀଳରଙ୍ଗ ସୁଖ ର ଉହାଡ଼।।


Rate this content
Log in