"କଳାନିଧି "
"କଳାନିଧି "


କଳାନିଧି ମୋର କଳାକଳେବର
କରୁଣା ସାଗର ହରି
ଜଗତର ନାଥ କାଳିଆ ସାଆନ୍ତ
ଦୀନବନ୍ଧୁ ଦଇତାରୀ ll
ଦାରୁବ୍ରହ୍ମ ରୂପ ବ୍ରହ୍ମାଣ୍ଡ ସ୍ୱରୂପ
ଷଡ଼ ଐଶ୍ୱର୍ଯ୍ୟର ସ୍ୱାମୀ
ଦୁଃଖୀ ଜନ ବନ୍ଧୁ ଭାବମୟ ସିନ୍ଧୁ
ଦୟାନିଧି ଅନ୍ତର୍ଯ୍ୟାମୀ ll
ଆନନ୍ଦ ସ୍ୱରୂପ ପ୍ରେମଘନ ରୂପ
ସୁଧାନିଧି ଭାବଗ୍ର
ାହୀ
ହେ ଦୁଃଖ ଭଞ୍ଜନ ପାତକ ନାଶନ
ଦୟାମୟ ପ୍ରାଣସାଇଁ ll
ଜଗତେ ଦୁର୍ଲ୍ଲଭ ମୋ ପ୍ରାଣ ବଲ୍ଲଭ
ବାଞ୍ଛାନିଧି ଚକାଆଖି
ସଚରାବିଶ୍ୱର ତ୍ରାଣକର୍ତ୍ତା ସେ ତ
ଜନମ ମରଣ ସାକ୍ଷୀ ll
କେବେ ନିରାକାର କେବେ ସେ ସାକାର
ଶୂନ୍ୟମୟ ବ୍ରହ୍ମ ସେ ତ
ଜୀବନ ବେଦିରେ ସେ ଶୂନ୍ୟ ପାଦରେ
କୋଟି କୋଟି ପ୍ରଣିପାତ ll