STORYMIRROR

Kishore Nayak

Others

3  

Kishore Nayak

Others

କଳାକଳେବର ହେ

କଳାକଳେବର ହେ

1 min
15


କଳାକଳେବର ହେ 

କଳା ନିଧି ମୋର 

ତୁଇ ତ ନିୟନ୍ତା 

ଏ ସାରା ବିଶ୍ୱର 

କଳାକଳେବର ହେ......... ll

ତୁ ତ କୋଟି ଜୀବନର ବନ୍ଧୁ 

ତୁ ଯେ କରୁଣାର କୃପାସିନ୍ଧୁ 

ତୁଇ ତ ଆଲୋକ ଘନ ଅନ୍ଧକାରେ 

ଆଶା ତୁ କାଳିଆ ନିରାଶାର 

କଳାକଳେବର ହେ........ ll

ତୋ ପ୍ରେମରେ ଦୁଃଖ ଯାଏ ସରି 

ପୁଲକେ ଅନ୍ତର ଯାଏ ଭରି 

ତୋହରି ଦୟାରେ ଚାଲିଛି ଜୀବନ 

ତୋ ଚରଣେ କୋଟି ନମସ୍କାର 

କଳାକଳେବର ହେ......... ll

ତୁ ତ ପ୍ରେମର ଅମୃତ ବିନ୍ଦୁ 

ତୁ ଯେ ସୀମାହୀନ ଭାବସିନ୍ଧୁ 

ତୋହରି ପ୍ରେମରେ ତୋହରି ଭାବରେ 

ସଦା ବିତୁ ଏ ଜୀବନ ମୋର 

କଳାକଳେବର ହେ......... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍