STORYMIRROR

Papu parida

Others

3  

Papu parida

Others

କଳା ଠାକୁର

କଳା ଠାକୁର

1 min
208

ଆହେ ନନ୍ଦସୂତ      କାଳିଆ ସାଆନ୍ତ

      କଳାକାହ୍ନୁ ଚକାଡୋଳା

ବିଶାଳ ପୃଥିବୀ      ଅତଳ ବ୍ରହ୍ମାଣ୍ଡେ

    ସର୍ବେ ଜାଣିଛନ୍ତି ତୁମ ଲୀଳା।


ଆହେ ଦାମୋଦର    ହେ ନାଟନାଗର

     ସର୍ବବ୍ୟାପୀ କଳାମାଣିକ

ଗୋପନଗରୀରେ     ଏ ମର୍ତ୍ତ୍ୟପୁରୀରେ

  ଖେଳିଅଛି ତୁମ ଜାଦୁଗରୀ କୁହୁକ।


ଭାଵ ବିନୋଦିଆ     ହେ ନିଳାଞ୍ଚଳିଆ

   ଗ୍ରହଣ କରିବ ମୋ ଭାବକୁ

ତୁମ ଜନ୍ମଦିନେ      କ୍ଷୁଦ୍ର ଏକ ପ୍ରାଣୀ

   ଶୁଭେଚ୍ଛା ଦେଉଛି ତୁମକୁ।


ଆହେ ଗିରିଧର     ହେ ଲବଣି ଚୋର

   ସଂସାରର ଡୋରି ତୋ ହାତେ

ଲୋଭୀ ମଣିଷଟେ   ଶରଣେ ତୋହର

    ବିଭୁକୃପା ଦେବୁ ମୋତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍