STORYMIRROR

Anirudha Kund

Others

3  

Anirudha Kund

Others

କଳା ଠାକୁର

କଳା ଠାକୁର

1 min
11.8K


ରଙ୍ଗ ଭେଦ ସଂସାରେ ନରହୁ ବେଲି

ସବୁ କଳା ରଙ୍ଗ ଶ୍ରୀମୁଖେ ବୋଳି

କଳା ବନିଗଲୁ ତୁରେ ବନମାଳୀ

ଷୋହଳ କଳାକୁ ତୋ କେ ଯିବ ବଳି


ଆନନ୍ଦେ ଖାଉଥାଉ ଅବଢା ଡାଲି

ପ୍ରୀୟ ତୋହର କଳା ତୁଳସୀ ମାଳି

ନାଟ କରୁ ଥାଉ ଯେ ଭଳି କି ଭଳି

କିମିଆ ବା ତୋର କେ ପାରିବ କଳି


ପଥର ଦେଉଳେ କାଠର ଠାକୁର

ସେବାରେ ପଣ୍ତା ପଢିହାରୀ ସୁଆର

ଷାଠିଏ ପଉଟି ଆହାର ତୋହର

ହଟିଆ ପ୍ରଭୁ ମୋ ରାଜ ରାଜେଶ୍ବର


କଳା ଖଣ୍ତୁଆରେ ଦିଶୁ କି ସୁନ୍ଦର

ତୁହି ପରଂବ୍ରହ୍ମ୍ ତୁହି ପରମେଶ୍ବର

ଭକତ ପ୍ରିୟ ମୋ କଳା ଠାକୁର

କଳିର କରାଳୁ କର ହେ ଉଦ୍ଧାର ।


Rate this content
Log in