Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kishore Nayak

Others

4  

kishore Nayak

Others

"କଳା ନାଗର "

"କଳା ନାଗର "

1 min
34



ନୀଳାଚଳ ଧାମେ ତୋହରି ଘରରେ 

             କଳା ନାଗର 

ତୁ ତ ଜଗତର ପ୍ରାଣ ଧନରେ ହେ 

             କଳା ନାଗର ll

ଯିବା ଆସିବାର ଏ ଦିଦିନ ବାଟ

ପ୍ରାଣ ଥିବା ଯାଏ ତୁ ହେଉଥା ଭେଟ 

ଏଇଠି ଅଛୁ ତୁ ଏଇଠି ନାହୁଁରେ 

            କଳା ନାଗର 

ତୁ ତ ଜଗତର ପ୍ରାଣ ଧନରେ ହେ 

            କଳା ନାଗର ll

ଶୟନରେ ତୁଇ ସପନରେ ତୁଇ 

ଭାବନାରେ ତୋତେ ଏ ଆଖି ଦେଖଇ 

ତୋ ସାଥିରେ ଭାବ ଏମିତି ଥାଉରେ

            କଳା ନାଗର 

ତୁ ତ ଜଗତର ପ୍ରାଣ ଧନରେ ହେ 

            କଳା ନାଗର ll

ଜନମ ମରଣ ତୋହରି ହାତରେ 

ତୁ ତ ସାରଥି ଏ ଜୀବନ ରଥରେ 

ତୋ ଠାରୁ ଆରମ୍ଭ ତୋ ଠାରେ ଶେଷ ରେ 

            କଳା ନାଗର 

ତୁ ତ ଜଗତର ପ୍ରାଣ ଧନରେ ହେ 

           କଳା ନାଗର 

        ମୋ କଳା ଠାକୁର ll



Rate this content
Log in