କଳା କଳେବର
କଳା କଳେବର
1 min
260
କଳାର ମଧ୍ଯରେ କଳା ତ ଅଟଇ
କଳା କୋଇଲି ଠୁ ଭିନ୍ନ
କଳାର କଳାରେ ଯାଦୁର ସ୍ପର୍ଶରେ
କଳାତ ହୁଏ ଅଭିନ୍ନ।
କଳାର ଚାତୁରୀ ଅବ୍ଯକ୍ତ ମାଧୁରୀ
କଳା କଉଶଳ ଯେତେ
କଳାର ଝଲକ ହୀରକର ସମ
କଉସ୍ତଭ ମଣି ସତେ।
କରାଳ ରୂପରେ ସଙ୍କୁଚିତ ଯେବେ
କରମ ଆଦରି ଜନେ
କର ମଧ୍ଯେ କର ଦେଖି ସେହି ରୂପ
କରବୀ ନିଜକୁ ମଣେ।
କଳାର ଓଢଣୀ ଖଞ୍ଜା ହୀରାମୋତି
କରେ ଥାଏ ତାରାଫୁଲ
କବିର ଲେଖନୀ ଚାଲେ ନିରନ୍ତର
କଳିକଳ୍ପ ରୂପ ତାର।
କଳା କଳେବର ଦିଶଇ ସୁନ୍ଦର
କଳା ତ ଅବିନଶ୍ବର
କାଳର ସାଗରେ ଅବଗାହ କରି
କଳନ୍ତି ସର୍ବେ ସତ୍ତ୍ବର।।
