STORYMIRROR

Pranati Mahapatra

Others

3  

Pranati Mahapatra

Others

କଳା ଗୋସାଁଇ

କଳା ଗୋସାଁଇ

1 min
14.1K


ବରଷକେ ଥରେ ସୁଗନ୍ଧ ଚନ୍ଦନେ

ଢାଳି ସୁନା କୂଅ ପାଣି,

ମହା ଆନନ୍ଦରେ ମହାସ୍ନାନ କରୁ

ସାଥେ ଭାଇ ଓ ଭଉଣୀ।

ଲୀଳାମୟ ପୁଣି କେତେ ଲୀଳାଖେଳା

କରୁ ଏ ମର୍ତ୍ତ୍ୟ ମଣ୍ଡଳେ,

ଚିତ୍ରଶିଳ୍ପୀଙ୍କର ବେଉସା ବଢାଉ

ପଟିଦିଅଁ ପୂଜା ମେଳେ।

ସ୍ନାନ କରି ଶୋଉ ଅଣସର ଘରେ

ଜ୍ୱର ବାହାନାରେ ତୁହି,

ଅଲାରନାଥରେ ଦରଶନ ଦେଉ

ଶ୍ରୀ ମନ୍ଦିର ଶୂନ୍ୟ ଥାଇ।

ତୋ ସ୍ନାହାନ ଦିନେ ମୋହର ଜନମ

କେଡେ ଭାଗ୍ୟବତୀ ମୁହିଁ,

ହେଲେ ପଟିଦିଅଁ ଦରଶନ କିବା

ଭାଗ୍ୟରେ ମୋହର ନାହିଁ?

ମନ ପ୍ରାଣ ସଦା ଝୁରୁଛି କାଳିଆ

ତୋ ରୂପ ଦେଖିବା ପାଇଁ,

ଭାବର ଠାକୁର ଆହେ ଭାବଗ୍ରାହୀ

କୃପା ନେତ୍ରେ ଦିଅ ଚାହିଁ।

ତୁହି କରୁଥାଉ,ତୁ ପୁଣି କରାଉ

ତୋ ବିନୁ ଅନ୍ୟ କେ ନାହିଁ,

ମୋ ଭାଗ୍ୟର ଡୋର ତୋ ଆଡକୁ

ଟାଣି ନେ କଳା ଗୋସାଇଁ।

ଆକୁଳ ବିକଳେ କରପତ୍ର ଯୋଡି

ଚାହିଁ ଛି ତୋ କରୁଣାକୁ,

ପଟିଦିଅଁ ଆଉ ଅଲାରନାଥରେ

ଦେଖିବି ମୋ କାଳିଆକୁ।

ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in