କଳା ବାମନ
କଳା ବାମନ
1 min
246
ରଥରେ ବସିବ କଳା ବାମନ
ଭକତଙ୍କ ସେତ ପରମ ଧନ
ଯେଉଁ ବଡ଼ଦାଣ୍ଡରେ ଲାଗୁଥିଲା ଗହଳି
ଭକତଙ୍କ ବିନା ଲାଗେ ଖାଲି ଖାଲି
ଭକତର ସିଏ ଅତି ନିଜର
ଭକତଙ୍କ ପାଇଁ ଯାତରା ତାର
ନନ୍ଦିଘୋଷ ରଥେ ଦିଶେ ଚକାନୟନ
ଭକତଙ୍କ ବିନା ବୁଝେନା ତା ମନ
କାହିଁ କେତେ ଦୂରରୁ ଭକ୍ତ ଆସେ ଚାଲି
ସିଂହଦ୍ୱାର ଭକ୍ତ ବିନା ଲାଗୁଅଛି ଖାଲି
ଭକତ ଆଖିରୁ ଝରୁଛି ଲୁହ
ଦେଖି ପାରେନି ଭକ୍ତ କାଳିଆ ମୁହଁ
