STORYMIRROR

Suresh chandra Padhy

Others

3  

Suresh chandra Padhy

Others

କଳା ବାମନ

କଳା ବାମନ

1 min
250

ରଥରେ ବସିବ କଳା ବାମନ

ଭକତଙ୍କ ସେତ ପରମ ଧନ

ଯେଉଁ ବଡ଼ଦାଣ୍ଡରେ ଲାଗୁଥିଲା ଗହଳି

ଭକତଙ୍କ ବିନା ଲାଗେ ଖାଲି ଖାଲି

ଭକତର ସିଏ ଅତି ନିଜର

ଭକତଙ୍କ ପାଇଁ ଯାତରା ତାର

ନନ୍ଦିଘୋଷ ରଥେ ଦିଶେ ଚକାନୟନ

ଭକତଙ୍କ ବିନା ବୁଝେନା ତା ମନ

କାହିଁ କେତେ ଦୂରରୁ ଭକ୍ତ ଆସେ ଚାଲି

ସିଂହଦ୍ୱାର ଭକ୍ତ ବିନା ଲାଗୁଅଛି ଖାଲି

ଭକତ ଆଖିରୁ ଝରୁଛି ଲୁହ

ଦେଖି ପାରେନି ଭକ୍ତ କାଳିଆ ମୁହଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍