କଲେଜ୍ ଲାଗୁଛେ ନୁରା
କଲେଜ୍ ଲାଗୁଛେ ନୁରା
ସାଙ୍ଗ,ସାଥି,ସାର୍ ମେଡମ ଲାଗୁଛନ୍ ନୁରା
କେବେ ଖୁଲବା କଲେଜ୍ ଆମର୍
ବଡା ଝମେଲା କରିଛେ କରୋନା ବେମାର୍
ସୋର୍ ପଡୁଛେ କଲେଜ୍ ଆମର୍ ।।
କେତେ ମଜାରେ ସାଙ୍ଗ,ସରସା ହେଇ
ଆସୁଥିଲୁ କଲେଜ ପଢି
କିଏ ଆସୁଥିଲା ,ସାଏକେଲ୍ ରେ କିଏ ଆସେ
ବସ୍, ମଟର୍,ବାଇକ୍ ଚଢି ।।
ଆଜି ଖା ଖା ଲାଗୁଛେ କଲେଜ୍ ଆମର୍
ବାହାରେ ପଡିଛେ ତାଲା
ବାହାରୁ ଆସି କରୋନା ବେମାର୍
ଲଗେଇ ଦେଲା ସବୁ ପାଲା ।।
ସୋର୍ ପଡିଯାଉଛେ ଝଲ୍ ଝଲ୍ କରି ଆଖି
ସାର୍,ମେଡମ୍ ମାନଙ୍କର୍ କଥା
ଅଏନ୍ କରି ପାଠ୍ ପଢବ୍ ରେ ବାବୁ,ବୁଇ
ତାକର ସେ ମିଠା ମିଠା କଥା ।।
କେତେ ଦୁଃଖ୍ ସୁଖ୍ ହେଉଥିଲୁ ସବେ ମିସି
କଲେଜ୍ ଲାଗୁଥିଲା ଘର୍
ସର୍'ଧା,ପେରେମ୍ ଦେଇ ଆବିରି ନେସନ୍
ନାଇଁ କରି ଆମକୁ ପର୍ ।।
କରୋନା ବେମାର୍ କରିଦେଲା ଝମେଲା
ସାଙ୍ଗ ସାଥି ଗଲୁ ବିଛିଡି
କେବେ ଖୁଲବା, କେବେ ଖୁଲବା କଲେଜ
ଦେଖୁଛେ ସମିଆର୍ ଘଡି ।।
ଆସ ମିଲିମିଶି କରୋନା କେ ହରାମା
ଆମେ ସବେ ଏକ୍ ହେଇ
ମୁହେ ମାକ୍ସ ପିନ୍ଧି ,ଦୁରେ ଦୁରେ ରହେମା
କରୋନା ଦେମା ଭଗେଇ ।।
କଲେଜ୍ ଆମର୍ ତାଲା ଫିଟେଇ
ଆର୍ ଥରେ ଜିମା ପଢି
କରୋନା ବେମାର୍ କେ ହରେଇ କରି
ନୂଆ ଦୁନିଆଁ ଦେମା ଗଢି ।।
