STORYMIRROR

Ghanashyam Biswal

Others

3  

Ghanashyam Biswal

Others

କିସ ହେବ?

କିସ ହେବ?

1 min
180

ମନରେ ତୁମର ଯେବେ

ହିଂସା ଭାବ ଥିବ

ମିଠା କଥା କହି ତୁମେ

କି ଯଶ ପାଇବ?


ମନ୍ଦ ଉଦ୍ଧେଶ୍ୟ ରଖିଣ

କଲେ ମଧୁର ବଚନ

ଅକାଳେ ଭୋକିବ ଦଣ୍ଡ

ବୃଥା ହେବ ଯେ ଜୀବନ ।


ମହା ଦାନୀ ହୋଇ ଯେତେ

ପଇସା ବାଣ୍ଟିଲେ

କି ପୁଣ୍ୟ ପାଇବ ବାବୁ

ମନେ ସ୍ୱାର୍ଥ ଭରିଥିଲେ?


ବଡ଼କୁହା ହୋଇ ଯେତେ

ଉପଦେଶ ଦେଲେ

କି ଲାଭ ପାଇବ କହ

ନିଜେ ଅଳସୁଆ ହୋଇଥିଲେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍