STORYMIRROR

MADHU MITA

Others

3  

MADHU MITA

Others

କିନ୍ତୁ

କିନ୍ତୁ

1 min
151

ଭୁଲିଯିବା..!!


କହିଲି..

ଚାଲ ସବୁ ଭୁଲିଯିବା..

କିଛି ସମୟ..

ପୁଣି ଥରେ ଫେରିଯିବା କି..??

ସେହି ଦୁନିଆକୁ..

ଯେଉଁଠି କେହି କିଛି ମନେ ରଖି ନ ଥିଲେ..!!

ଆଉ ଆମେ ମଧ୍ୟ ସେମିତି..

କିଛି ଆଉ ମନେ ନ ରଖି..

ସବୁ କିଛି..ଟିକେ ଭୁଲିଯିବା..!!


ହଁ..ମନେ ସିନା ରଖିବାନି..

ହେଲେ ଏ ମନର କଣ କରିବା..??

କହିଲା ସେ..

ମନ କଣ କେବେ କହିବା ମାନେ କି..??

କୁହ..ମନକୁ ଆମେ ଭଲା କିପରି ମନେ଼ଇବା..??


ଭୁଲିବା ଭୁଲିବା କହି..

ଯେତେ କଥା ମନ ରଖିବାକୁ ହୁଏ..

ଓଃ..ଥରେ ଭାବିଲ ଦେଖୁ..

ସେକଥା ସବୁ ସତରେ କଣ କେବେ..

ଭୁଲି ହେଇପାରେ..??


ଭୁଲିଯିବ କି କୁହ..

ଅଜଣା ଭାଇରସଟେ ଆସି..

ଜୀବନ ମୃତ୍ୟୁର ତାଣ୍ଡବ କରୁଛି..??

ଚନ୍ଦ୍ର ମଙ୍ଗଳର ଯାତ୍ରୀକୁ ..

ଅନାୟାସରେ..ବନ୍ଦୀ କରି ଦେଇଛି??


ଭୁଲି ପାରିବକି କୁହ..

ତୁମକୁ ଯେ କେବେ ଭଲ ପାଇଛି..??

ନା ତାକୁ କେବେ ଭୁଲି ପାରିବ..??

ଯେ ତୁମ ବିଶ୍ଵାସରେ ଟୋପେ ବିଷ ମିଶେଇଛି..??


ଭୁଲି ଯିବକି ସତରେ..

ସ୍ୱପ୍ନର ଧ୍ଵଂସ ସ୍ତୁପରେ ଆଜିବି..

ଆଶାର ଚାରା ବଞ୍ଚି ରହିଛି..??

ନା ଭୁଲି ପାରିବ କୁହ..

କେମିତି ଜୀବନ ପରୀକ୍ଷା ନେଉଛି..??


ବଢି ଯାଉଥିଲା ଯୁକ୍ତି..

ପାଇବାକୁ ତା ଠୁଁ ମୁକ୍ତି..

କହିଲି..

ଯୋଡ଼ି ଦେଇ ସବୁ ଶକ୍ତି..!!

ସତରେ..

ଭୁଲି ପାରିବା ସହଜ କେବଳ..

ଏଇ ଗୋଟିଏ ଶବ୍ଦ..!!

ଯେ ମୁଁ ..

ମୁଁ..କିଛି ଭୁଲି ପାରୁଛି..!!??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍