STORYMIRROR

Sachidananda Kar

Others

3  

Sachidananda Kar

Others

କିଣିବା ବହି

କିଣିବା ବହି

1 min
308

କିଣିବା ବହି

ପଢିବା ପାଇଁ

ବହି ପରି କେ'

ନାହିଁରେ ନାହିଁ ।।


ବହିର ଗୁଣ

କିସ ବା କହୁଁ

ଅନେକ କଥା

ପଢିବା ତହୁଁ ।।


ବହିରେ ଅଛି

ସୁନ୍ଦର ଛବି

ପଢିଲେ ହେବା

ଲେଖକ କବି ।।


ବହିରେ ଥାଏ

କାହାଣୀ ଗୀତ

ବହିଟି ଆମ

ଅସଲ ମିତ ।।


ବହିରେ ଯେବେ

ମନଟି ଥିବ

ମୁରୁଖ ପଣ

ଦୂରେଇ ଯିବ ।।


ବହୁତ ବହି

ଯା' ପାଶେ ଥାଏ

ଗୁଣୀ ଆଦର

ସେଇ ତ ପାଏ ।।


ବହି ରଙ୍କୁଣା

ହେବାରେ ହେବା

ବହିଟେ କିଣି

ଘରକୁ ନେବା ।।


ବହି କିଣାକୁ

ଯୋଗାଡି ଧନ

ପଢିବା ଲାଗି

ରଖିବା ମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍