Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dasarathi Sahu

Others

2  

Dasarathi Sahu

Others

କିଣାବିକା ଘାଟ

କିଣାବିକା ଘାଟ

1 min
2.0K


ମନ ମୁଲକରେ ଆଶା ଅସରନ୍ତି

ଆଉଟୁ ପାଉଟୁ ହୋଇ

ଅସହାୟତାରେ ଜୀବନ ଜିଉଁଛି

ମନ ମୋର ମଲା ନଈ

ଯାତନା ହିଲ୍ଲୋଳେ ଭାସି ଅବହେଳେ

ଜରାଜିର୍ଣ୍ଣେ ନିଷ୍ପେସିତ

ପିତୁଳା ଯେସନେ ସୁଖ ଆବାହନେ

ପୋଷକରେ ଆଚ୍ଛାଦିତ

ମହରଗ ଭାରି ଏ ମରତପୁରି

କିଣା ବିକାର ଏ ହାଟ

ଲଙ୍ଗଳା ଫୁଙ୍ଗୁଳା ଏ ଜୀବନ ଭେଳା

ଦିଶୁନାହିଁ କୂଳ ଘାଟ

ଆଗାମୀ ଦିନର ସପନେ ବିଭୋର

ନିଜ ଲୁହ ଲହୁ ପିଏ

ମୋ ଦୁଃଖ କାହାଣୀ କିଏ ପାରେ ଶୁଣି

କାହା ମନକୁ ବା ଛୁଏଁ

ଦାଶରଥି ସାହୁ

କଳମ୍ବ/ଗଜାଂମ


Rate this content
Log in