STORYMIRROR

Rasmita Dixit

Others

3  

Rasmita Dixit

Others

କଇଁଚି କାକୁଡି ନଳିତା ପିତା

କଇଁଚି କାକୁଡି ନଳିତା ପିତା

1 min
350

ମୋର ସମସ୍ତ ବନ୍ଧୁମାନଙ୍କୁ ଯଥାମାନ୍ୟ। ସ୍ବାଧୀନତା ଦିବସ ର ଅନେକ ଶୁଭେଚ୍ଛା ।ଏହି ଅବସର ରେ ମୋର ଏଇ ଶିଶୁ ଗୀତି ଟି ଆପଣମାନଙ୍କ ଉଦ୍ଦେଶ୍ୟରେ ।★★

◆◆◆ କଇଁଚି ନଳିତା ପିତା ◆◆◆

~~~~~~~~~~~~~~~~~~~~


କଇଁଚି କାକୁଡି ନଳିତା ପିତା 

କହୁଛି ସାଙ୍ଗ ମନେ ରଖିଥା 

         ଏଇ ଆମ ଦେଶର ଆମେ ଟିକି ସଇନ

          ଦେଶ ପାଇଁ ଲଢ଼ିବାରେ ଦେଇ ଆମ ଜୀବନ

ଦେଶ ହିତେ କାମ କରି ନାଁ ତାର ରଖିବା 

          ଭାରତ ମାତାର ଏଇତ ସପନ

           ବଳିଦାନ ଆମ ଆଣିବ ସୁନାମ 

ଆମେ ତ ସବୁ ତାର ମଣି  ମୁକୁତା 

କଇଁଚି କାକୁଡି ............................ ।


ଦେଶ ପାଇଁ ବହିଛିରେ ଶହୀଦର ରକତ

ଆମେ ସବୁ ଏ ଦେଶର କୁନି କୁନି ଭଗତ 

           ତାର ଟେକ ପାଇଁ ଯେତେ ଭଲ କାମ କରିବା 

ତ୍ରିରଙ୍ଗା ଉଡିବ ଆକାଶ ଛୁଇଁ

ମୋ ଦେଶ ମହାନ ଗୀତକୁ ଗାଇ

        ଆମେ ରେ ଶିଶୁ ହେବୁ ଜଗତଜିତା 

କଇଁଚି କାକୁଡି ........................................... ।


ଦୁଃଖୀ ଓଠେ ଭରିଦେବା ଛୋଟ ଏକ ହସରେ 

କୁନି ହାତେ ପୋଛି ଦେବା ଲୁହ ସବୁ ଯେତେରେ

           ଦେଶ ଗୀତି ଖୁସି ମନେ ଏକ ସୁରେ ଗାଇବା 

ଗାନ୍ଧୀ ,ଗୋପବନ୍ଧୁ କରିବା ସ୍ମରଣ

ବୀର ସହୀଦଙ୍କ କରିବା ବନ୍ଦନ 

         ଗାଇବା ଆସ ତାର ବିଜୟ ଗାଥା 

କଇଁଚି କାକୁଡି ..........................................।


Rate this content
Log in