Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhu Samanta

Others

3  

Bibhu Samanta

Others

କିମ୍ବଦନ୍ତୀ

କିମ୍ବଦନ୍ତୀ

1 min
191



କଳା କଜଳେ ଲେଖା ଚିଠିଟିଏ

କିଏ ବୁଝିଯାଏ

କିଏ ଖୋଜୁଥାଏ

କିଛି ବିଶ୍ୱାସ ଅବିଶ୍ୱାସର 

ଫେଣ୍ଟାଫେଣ୍ଟି ଗପଟିଏ

କହନା, କାଞ୍ଚି ଅଭିଯାନେ

ମାଣିକ ହାତର ଦହିପିଆ କଣ

ସତ ନୁହେଁ?


କଳ୍ପନାର କାନଭାସ୍ ରେ

ବାସ୍ତବ ର ଚିତ୍ର ଟିଏ

କେଳି କୁଞ୍ଜେ କେବେ ଶ୍ରାବଣ ସଞ୍ଜରେ,

କଡମ୍ବ ଟିଏ କସ୍ତୁରୀ ମାଖି

ମହମହ ବାସୁଥାଏ 

କହନା, ରାଧା କପାଳେ କିଆଁ 

କଳଙ୍କ ଟିପା ନୀତି ନାଉଥାଏ?


କେଉଁଠୁ ତା ଆରମ୍ଭ

କେଉଁଠି ଶେଷ

କିଏ ବା ପାଇଥାଏ?

" କିନ୍ତୁ" ରୁ ଆରମ୍ଭ ଏ ଗଳ୍ପ

ଯାହା ବିନା ସବୁ ଅଧା ରହେ

କହନା, ଶାଳୁଆ ମୂଳରେ ସିନ୍ଦୁରାବତୀ କୁ ପ୍ରମାଣ କି ମାଗିହୁଏ?


Rate this content
Log in