STORYMIRROR

pranati Mahapatra

Others

3  

pranati Mahapatra

Others

କିଏ ଯିବ କଳାହାଣ୍ଡି ଜିଲ୍ଲା

କିଏ ଯିବ କଳାହାଣ୍ଡି ଜିଲ୍ଲା

1 min
94

ପୁରାତନ ସଭ୍ୟତାର ମୂଳକେନ୍ଦ୍ର

ଆମ କଳାହାଣ୍ଡି ଜିଲ୍ଲା,

ଓଡ଼ିଶାର ପଶ୍ଚିମାଞ୍ଚଳ ଅବସ୍ଥିତ

ପରା କଳାହାଣ୍ଡି ଜିଲ୍ଲା।(୧)


ଆମ କଳାହାଣ୍ଡି ଜିଲ୍ଲାର

ଲୌହ ଯୁଗ ପ୍ରସ୍ତର ଯୁଗର

ମଣିଷ ମାନଙ୍କର ସୂଚନା

ମିଳେ ସେହି ଜନବସତିର।(୨)


କଳାହାଣ୍ଡି ଜିଲ୍ଲା ଆଉ ନୂଆପଡ଼ା ମିଶି

ଆମ କଳାହାଣ୍ଡି ଗଠିତ,

ମାତା ମାଣିକେଶ୍ଵରୀ ଅଧିଷ୍ଠାତ୍ରୀ ଦେବୀ

ସର୍ବଦା ଏଠି ପୂଜିତ।(୩)


ଚାଷବାସ, ବନସମ୍ବଳ,ମୂଲ୍ୟବାନ ପଥର

ବକ୍ସାଇଟ ଆଉ ଲୋକନାଟ ହାତକାମ

ଐତିହ୍ୟ ସଂସ୍କୃତି କଳା ପରିପୂର୍ଣ୍ଣ 

ସମୃଦ୍ଧ ଆମ କଳାହାଣ୍ଡି ଜିଲ୍ଲାର।(୪)


ଉତ୍ତରରେ ବଲାଙ୍ଗୀର ନୂଆପଡ଼ା ଜିଲ୍ଲା

ଦକ୍ଷିଣେ କୋରାପୁଟ ରାୟଗଡ଼ା ନବରଙ୍ଗପୁର ଜିଲ୍ଲା

ପୂର୍ବରେ ପରା କନ୍ଧମାଳ ଆଉ ବୌଦ୍ଧ ଜିଲ୍ଲା

ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗେ କଳାହାଣ୍ଡି ଜିଲ୍ଲା।(୫)

ପ୍ରଣତି ମହାପାତ୍ର


କଳା ସଂସ୍କୃତି ନୈପୁଣ୍ୟରେ ଭରପୁର

ଗୁଡ଼ହାଣ୍ଡି ଗୁମ୍ଫାରେ କଳା ନାଲି ରଙ୍ଗର

ଖୋଦିତ ପ୍ରାକ୍ ଐତିହାସିକ କଳାର

ଖଲିପଦ କାଠକାମ ହବସିପୁରା ଶାଢୀ

ପ୍ରସିଦ୍ଧ ଆମ କଳାହାଣ୍ଡି ଜିଲ୍ଲାର।(୬)


ଆଦିବାସୀ ଅଣ ଆଦିବାସୀ ନାଚ 

ଏଠି ନାଚ ହେଉଥାଏ,

ଡାଲଖାଇ ଜାଇଫୁଲ ରସରକେଲି

ଭଳି ନାଚ ସାମଞ୍ଜସ୍ୟ ଥାଏ।(୮)


ବୀର ବାଦ୍ୟ ଆମ କଳାହାଣ୍ଡିର

ଘୁମୁରା ଅଟେ ପ୍ରସିଦ୍ଧ,

କୋରାପୁଟର ନିଆଳିମାଳି କଳାକୋଳିକ

ସଙ୍ଗେ ଅଛି ସାମଞ୍ଜସ୍ୟ ତ।(୯)


 ଦର୍ଶନୀୟ ସ୍ଥାନ କଳାହାଣ୍ଡି ଜିଲ୍ଲା

ପର୍ଯ୍ୟଟକ ଭିଡ଼ ହୁଏ,

ଫୁଲଝରଣ ଡୋକ୍ରିଚଞ୍ଚଡା

ଜଳପ୍ରପାତ ମନ ମୋହେ।(୧୦)


ଅସୁରଗଡ଼ ଧର୍ମଗଡ଼ ସାଥେ 

 ବେଲଖଣ୍ଡି ଶୈବପୀଠ,

ଆକର୍ଷଣର କେନ୍ଦ୍ର ପରା

କଢେଲ ଜଗନ୍ନାଥ ମନ୍ଦିର (୧୧)


ପ୍ରାକୃତିକ ରୂପେ ବିଭୋର

ସତେ ନବକିଶୋରୀ,

କଳାହାଣ୍ଡିର ମଣିଷ ସଭିଙ୍କୁ

ନେଇଥାନ୍ତି ଆଦରି।(୧୨)


କାଲିକୁ ଯିବା ଭାଇ କେନ୍ଦ୍ରାପଡା ସତେ

ବାଲେଶ୍ଵର ପାଇଁ କିଆଁ ହୁଅ ତରବର ଏତେ

ଆୟୋଜନ କରିନାହୁଁ ଖାଇବାକୁ ଦେବୁ କିସ,

ମୁଢି ଆଳୁକଷା ଖାଇବା ସଭିଏଁ ହୋଇ ହରସ।

ହୁଅ ନାହିଁ ବ୍ୟସ୍ତ(୧୩)


Rate this content
Log in