STORYMIRROR

Rosy Mishra

Others

3  

Rosy Mishra

Others

କିଏ ତୁ

କିଏ ତୁ

1 min
144


କିଏ ତୁରେ ଅଗନ୍ତୁକ କାହୁଁ ଆଇଲୁ

ଆମ ମୁଲକେ ଧସେଇ କିଆଁ ପସିଲୁ


ବାଟବଣା ହେଲୁକି ଜାଣିକି ଆଇଚୁ

ଆମ ଅନିଷ୍ଟ ଉପାୟ ଚିନ୍ତା କରିଚୁ


ଆମେତ ଦେଶିଆ ଲୋକ ଭାରି ବିଶ୍ୱାସୀ

ଆମକୁ ଶତ୍ରୁ ଶାଧିଲେ ପାଇବୁ ଫାଶି


ତୋ ବେଶ ପୋଷାକ କିଆଁ ଭିନ୍ନ ଲାଗଇ

କିସ ପାଇଁ ଆମ ଥାନ ଆସିଲୁ ତୁହି


ପ୍ରାଣେ ଆଶା ଥିଲେ ଫେରିଯା ତୁ ହେଳେ

ନୋହିଲେ କରିବା ଯୁଦ୍ଧ ବଳେ,କୌଶଳେ


ଆଗନ୍ତୁକ ବୋଲେ ଶୁଣ ଦେଶିଆ ଭାଇ

ଯୁଦ୍ଧ କରିବାକୁ ଏଥେ ଆସି ମୁଁ ନାହିଁ


ନୁହେଁ ପରଦେଶୀ ମତେ ବାନ୍ଧିବ ଛଳେ

 ଖସିବାକୁ ନ ଚାହିଁବି ଯୁଦ୍ଧ କୌଶଳେ


ମୁଁ ଏକ ଯନ୍ତ୍ର ମାନବ ପଡିଛି ଖସି

ମହାକାଶେ ପେଷିଥିଲା ମତେ ବିଦେଶୀ


ମନ୍ଦ ବୁଦ୍ଧି ଦେଖି ତାର ପଡିଲି ଡେଇଁ

ଅଜାଣତେ ପହଞ୍ଚିଲି ତୁମରି ଭୁଇଁ


ଜାଣିଲି ଭାରି ବିଶ୍ୱାସୀ ତୁମେ ଦେଶିଆ

ରହିବି ତୁମ ମୁଲକେ ହୋଇ ଦାସିଆ


ମୁଖିଆ ପାସକୁ ମତେ ନିଅରେ ଭାଇ

ଯାହା ସେ ଦେବ ଆଦେଶ ପାଳିବି ମୁହିଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍