STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

କିଏ ତ ଅଛି

କିଏ ତ ଅଛି

1 min
335

  

 

ଯାହା ଇଶାରାରେ ସୂର୍ଯ୍ୟ ଉଦୟ ହେଉଛି।

ଉଦୟ ସୂର୍ଯ୍ୟ କିରଣ ଧରଣୀ ଛୁଉଁଛି।

ଅସ୍ତାଚଳେ ଗଲେ ରବି, ଜହ୍ନ ଵି ଉଉଁଛି

ଜୋସ୍ନା ସ୍ନାନେ ଧରାକୁ ଯେ ଶୀତଳ କରୁଛି।

କିଏ ତ ଅଛି। .......

ଯାହାର ଇଚ୍ଛାରେ ଦିନ ରାତି ବି ହେଉଛି,

ମୁହୂର୍ତ୍ତ ମୁହୂର୍ତ୍ତ ବିତି, ଯୁଗ ଵିତୁଅଛି ।

କିଏ ତ ଅଛି.........

ହେ ଅଦୃଶ୍ୟ ଶକ୍ତି ତୋତେ, ପ୍ରଣାମ କରୁଛି।


କିଏ ଜଣେ ଅଛି

କଳାକାର ପ୍ରାୟ ପ୍ରତି ଚିତ୍ରକୁ ଆଙ୍କିଛି,

ସବୁଜ ଶ୍ୟାମଳ, ଘଞ୍ଚ ବନ ବିଲ ଭୂଇଁ,

ଝର ଝରଣା ପାହାଡ଼, ପର୍ବତ ଓ ନଈ

ନୟନ ରେ ଭରି, ମନ ବିଭୋର କରୁଛି।

କିଏ ତ ଅଛି.........

ପ୍ରତି କ୍ଷଣେ ଅଦୃଶ୍ୟରେ ମାଟିକୁ ଛୁଉଁଛି

ଅପୂର୍ବ ରୂପରେ ତାକୁ ସଜେଇ ରଖିଛି।

କିଏ ତ ଅଛି ............

ହେ ଅଦୃଶ୍ୟ ଶକ୍ତି ତୋତେ ପ୍ରଣାମ କରୁଛି।

କିଏ ଜଣେ ଅଛି,

ଯା ଇଚ୍ଛାରେ ବାସ୍ନା ସବୁ ଫୁଲରେ ଭରିଛି

ପବନ ତ ଭୁରୁ ଭୁରୁ ମହକ ବାଣ୍ଟୁଛି।

ପକ୍ଷୀକୁ କାକଳୀ, ନଈକୁ ଗୀତ ଶିଖେଇଛି

ଵଇଁଶୀକୁ ଫମ୍ପା କରି, ସାତସ୍ଵର ଦେଇଅଛି।

କିଏ ତ ଅଛି .........

ହେ ଅଦୃଶ୍ୟ ଶକ୍ତି ତୋତେ ପ୍ରଣାମ କରୁଛି।



Rate this content
Log in