Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

3  

Bauribandhu Lenka

Others

କିଏ ସେହି

କିଏ ସେହି

1 min
173


କିଏ ସେ ଦେଇଛି ଭେଟି

ସସାଗରା ଧରା, ସୂର୍ଯ୍ୟ ଚନ୍ଦ୍ର ତାରା

ଅପୂର୍ବ ସୁନ୍ଦର ସୃଷ୍ଟି ।


କେଉଁ ମନର କଳ୍ପନା

ଅନନ୍ତ ଶୂନ୍ୟରେ ଆଙ୍କି ଦେଇଅଛି

ମନୋରମ ଆଲିମ୍ପନା ।


କିଏ ସେହି ବିଶ୍ୱକର୍ମା 

ଗଢି ଦେଇଛି ଏ ସୁନ୍ଦର ପୃଥିବୀ

ଅନନ୍ୟ ଓ ଅନୁପମା ।


କାହା ଯାଦୁଗରୀ ସ୍ପର୍ଶ

ଏ ସାରା ଜଗତେ ମୋ ଦେଶକୁ

କରିଅଛି ସୁନ୍ଦର ସରସ ।


କାହାର ସେ କାରିଗରୀ

ନଦୀ ବନ ଗିରି ପାହାଡ ଝରଣା

ଦେଇଛି ମୋ ଦେଶେ ଭରି ।


କାହାର ଆଶିଷ ଧାରା

ଖରା ବର୍ଷା ଶୀତ ବସନ୍ତ ରୂପରେ

ଝରଇ ମୋ ଦେଶ ସାରା ।


କାହାର ଏ କରାମତି

କେହି ନୁହେଁ ଆଉ ସବୁରି ମୂଳରେ

ଜଗନ୍ନାଥ ଜଗତ୍ପତି ।


Rate this content
Log in