STORYMIRROR

Satyabati Swain

Others

3  

Satyabati Swain

Others

କିଏ କ୍ରାଇମ କରିଛି ?

କିଏ କ୍ରାଇମ କରିଛି ?

1 min
342

ସହର ଛାତିରେ

ଚାପା ଗୁଞ୍ଜରଣ ପହଁରି ଯାଉଥିଲା

ଗ୍ରୀଷ୍ମ ସନ୍ଧ୍ୟାର ମାଳତୀ ବାସ୍ନା ପରି।

 

ପେପର୍ ଠାରୁ ଆରମ୍ଭ କରି

ରେଡ଼ିଓ,

ଟିଭି ଆଦି ସମସ୍ତ ଗଣମାଧ୍ୟମ 

ଉତ୍ସୁକତା ସହ କ୍ୟାମେରା ଧରି

ଅପେକ୍ଷାରତ।

  

ଜନଗହଳି 

ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ

କଣ ହେବ ଏଠି ! 

ଏଇ ଅନିସନ୍ଧିତ୍ସୁ ମନ ନେଇ

ପ୍ରତ୍ୟେକ ବ୍ୟଗ୍ର।

  

ପାଦଚଲା ମଣିଷ

ଗାଡି ମଟର ଆରୋହୀ

ଭିଡ଼ ଜମାଇ ରାସ୍ତା ଅବରୋଧ।

 ପୋଲିସ ଫୋର୍ସ ବି ମୁତୟନ।


ସମସ୍ତଙ୍କୁ ଡାକିଛି ଜଣେ।

କିନ୍ତୁ ନାଁ କହିନି

କି କାହିଁକି ଡାକିଛି କହିନି।

 ଜବରଦସ୍ତ ଖବରଟିଏ ଅଛି 

କାଳେ ଦେବାକୁ 

ଏପରିକି ସରକାର ଙ୍କଠାରୁ ପରିମିଶନ୍ ଆଣିଛି ମଧ୍ୟ।


ସମସ୍ତ ନୀତି ନିୟମ ଭିତରେ ରହି 

ଜଣେ ବ୍ୟକ୍ତି

ଏ ଅସମ୍ଭବ ଧରଣ ଭିଡକୁ

 ଆମନ୍ତ୍ରିତ କରିଛି !


ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟାଇ

ଦୁଇ ଜଣ ଓହ୍ଲାଇଲେ ଗୋଟିଏ ଦାମୀ କାରରୁ

 ଜଣେ ସଭିଙ୍କ ଚିହ୍ନା ହସ୍ତୀ

 ଆଉ ଜଣେ ଅଚିହ୍ନା ଯୁବକ।


ଯୁବକ ଜଣକ  

ଦାମୀ ଲୋକଟିର କଲର୍ ଧରି 

ଘୋଷାରି ଘୋଷାରି ନେଇ 

ଭିଡ଼ ମଝିରେ ପକାଇ ଦେଲେ।


ଉପସ୍ଥିତ ଜନତା ଓ ପୋଲିସ ସ୍ତବ୍ଧ

ଏ ତ କ୍ରାଇମ୍।


ହଁ ମୁଁ କ୍ରାଇମ କରୁଛି

କାରଣ ଏଇ ତୁମ ଦେବତୁଲ୍ୟ ଭଗବାନ

ମୋତେ ଏମିତି କରିବାକୁ ବାଧ୍ୟ କରିଛନ୍ତି

ଏ ମୋତେ ଅବୈଧ ସନ୍ତାନ ଷ୍ଟାମ୍ପ ଦେଇଛନ୍ତି

ଏ ମୋ ମାଆକୁ ମାରିଛନ୍ତି

ଏ ମୋ ଜନ୍ମିତ ବାପ

ହେଲେ ମୁଁ ଅନାଥ ଆଶ୍ରମ ଚାରି କାନ୍ଥ

ଭିତରେ ଜାରଜ ସନ୍ତାନ ଭାବେ ବଞ୍ଚିଛି।


ଏବେ କୁହ ଜନତା

କିଏ କ୍ରାଇମ କରିଛି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍