STORYMIRROR

Bijaya Kumar Swain

Others

4  

Bijaya Kumar Swain

Others

କିଏ କହେ

କିଏ କହେ

1 min
237


କିଏ କହେ ତାର ହାତ ନାହିଁ ବୋଲି

  ଚଉ ବାହା ମେଲି ବସିଛି

କିଏ କହେ ତାର କାନ ନାହିଁ ବୋଲି

  କୋଟି ଜନ କଥା ଶୁଣୁଛି

ସଜନୀ ଲୋ.....

  ମହାବାହୁ ନାମ ବହିଛି।


କିଏ କହେ ତାର ପାଦ ନାହିଁ ବୋଲି

  କ୍ଷଣିକେ ବ୍ରହ୍ମାଣ୍ଡ ବୁଲୁଛି

କିଏ କହେ ତାର ନାକ ନାହିଁ ପରା

  ଦୁଇ ନାକେ ଗୁଣା ପିନ୍ଧୁଚି

ସଜନୀ ଲୋ.....

  ନାନା ଅଳଙ୍କାରେ ସାଜୁଛି।


ଚଉଦ ଭୁବନେ ଏମିତିକା ଦିଅଁ

  ସତ କୁହ କିଏ ଦେଖିଛି

ଦୁଃଖୀ ର ଆରତ ଭଞ୍ଜନ ପାଇଁ କି

  ଦାଣ୍ଡେ ରଥ ଚଢ଼ି ବୁଲୁଛି

ସଜନୀ ଲୋ......

  ଦୁଃଖ ହାରି ନାମ ବହିଛି।


ପର ଆପଣା କି ଜାତି ଅଜାତି ର

   ଭାବନା କୁ ଦୂରେ ଫିଙ୍ଗିଛି

କାହାପାଇଁ ରଥ ଅଧା ବାଟେ ରଖି

 ବାଲି ରଥେ ଯାଇ ବସିଛି

  ସଜନୀ ଲୋ.....

ଭାବଗ୍ରାହୀ ନାମ ବହିଛି।।



Rate this content
Log in