STORYMIRROR

Niranjan Sahu

Others

4  

Niranjan Sahu

Others

କିଏ ଚୀର ସ୍ଥାୟୀ ନୁହେଁ ମରତେ

କିଏ ଚୀର ସ୍ଥାୟୀ ନୁହେଁ ମରତେ

1 min
270

ସମୟ ଯାଉଛି ଗଡି ଗଡି ବାବୁ   

   ଜଗିବ ନାହିଁରେ ତୋତେ

ଭାବିଛୁକି ତୁହି ସବୁଦିନ ପାଇଁ

     ବଞ୍ଚି ରହିଥିବୁ ସତେ ।


ସମୟ ନେଉଛି ମୃତ୍ୟୁ ପାଖକୁ

    ପ୍ରତୀକ୍ଷଣେ ପତି ମୁହୂର୍ତେ

କେହି ରହିନାହିଁ ରହିବେ ନାହିଁଟି

    ଏ ଧରା ଧାମର ଜଗତେ ।


କେତେ କେତେ ରଥୀ ଅବା ମହାରଥୀ

        ଯାଇଛନ୍ତି ନିଜ ପଥେ

"ତୁ" କିବା ଛାର "ମୁଁ" କିବା ଛାର

      ଜୀବନ ଝୁଲୁଛି ନେପଥ୍ୟେ ।


ଯେତେଦିନ ପାଇଁ ବଞ୍ଚିଅଛୁ ବାବୁ

      ଖୁସିରେ ବଞ୍ଚିଥା ଜଗତେ

ମନେରଖିଥିବୁ ଆରେ ବାଇମନ

    କିଏ ଚୀରସ୍ଥାୟୀ ନୁହେଁ ମରତେ ।


Rate this content
Log in