Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Others

3  

Rabindra kumar Sahoo

Others

କିଏ ବୁଣିଲା

କିଏ ବୁଣିଲା

1 min
222


  ବିତୃଷ୍ଣାର ବିଷମଞ୍ଜି

   କିଏ ବୁଣିଲା

   ମନେ ଓ ହୃଦୟେ ?

  କିଏ ତାକୁ ସଜାଇଲା

  ଆତଙ୍କବାଦୀ, ମାଓବାଦୀ,

   ନକ୍ସଲବାଦୀ

  ସାମାଜିକ ବିଶୃଙ୍ଖଳା,

   ରାଜନୈତିକ ବିଶୃଙ୍ଖଳା

  ଏ ସବୁର ବିଷାକ୍ତ ପରିବେଶ

  କିଏ ସୃଷ୍ଟି କଲା

   ବିତୃଷ୍ଣାର ବିଷମଞ୍ଜି

   ଏ ଜଗତେ

    କିଏ ବୁଣିଲା ?

  ଅସମାନତାର ବିଷମଞ୍ଜି

  ଜାତି, ଧର୍ମର ବିଷମଞ୍ଜି

   ଉଚ୍ଚନୀଚ୍ଚ ଭେଦଭାବର ମଞ୍ଜି

   ଯୌତୁକ ପ୍ରଥା,

    ଦୁଷ୍କର୍ମକାରୀଙ୍କ

      ଦୁଷ୍କର୍ମର ବିଷମଞ୍ଜି

   ଏ ସମାଜେ କିଏ ବୁଣିଲା ?

   ଗଣତନ୍ତ୍ରର ହତ୍ୟାକାରୀ

   ସମାଜବାଦର ଲୁଣ୍ଠନକାରୀ

   ସାମ୍ୟବାଦର ଧର୍ଷଣକାରୀ

   ଏ ବିଶ୍ଵେ ଅସ୍ଥିରତା ସୃଷ୍ଟିକାରୀ

   ଅଶାନ୍ତ ବିଶ୍ଵର 

    ପରିକଳ୍ପନାକାରୀ ହେବା ପାଇଁ

   ଏସବୁର ବିଷମଞ୍ଜି

     ଏ ବିଶ୍ଵେ କିଏ ବୁଣିଲା ?

   ଲେନିନ୍, ମାର୍କ୍ସ, ଷ୍ଟାର୍ଲିନଙ୍କ

   ଚିନ୍ତାଧାରାକୁ 

    ଭୁଲ ପ୍ରମାଣିତ କରିବାର

   ଅପଚେଷ୍ଟା କିଏ କରିଲା

   ଏଞ୍ଜେଲ୍ସ, ମାର୍କ୍ସ, ଋଷୋଙ୍କ ତତ୍ତ୍ଵକୁ

    ବ୍ୟାଖ୍ୟା ନ କରି

   ତାକୁ ଭୁଲ ପ୍ରମାଣିତ କରିବାପାଇଁ

   ଅପଚେଷ୍ଟା କରିବାର

   ବିଷାକ୍ତ ପରିବେଶ 

    ସାରା ବିଶ୍ଵେ କେ ସୃଷ୍ଟି କଲା

   ହଳହଳା ବିଷର ମଞ୍ଜି

    ସାରା ବିଶ୍ଵେ କିଏ ବୁଣିଲା ?

   ମାନବ ସଭ୍ୟତାର ବିକାଶ

   ସାମ୍ୟବାଦର ପରିପ୍ରକାଶ

   ସମାଜବାଦର ପ୍ରକାଶ

   ଏସବୁରେ ଅନ୍ତରାୟ

     କିଏ ସୃଷ୍ଟି କଲା ?

   ଏ ପୁଞ୍ଜିପତି, ଶିଳ୍ପପତି

    ଶୋଷଣକାରୀ, ଧର୍ଷଣକାରୀ

    ଲୁଣ୍ଠନକାରୀ

   ଧର୍ମ ନାଆଁରେ, ଜାତି ନାଆଁରେ

    ଲିଙ୍ଗ, ବର୍ଣ୍ଣ ନାଆଁରେ

    ସାରା ବିଶ୍ଵକୁ ଭାଗ ଭାଗ କରି

    ଏ ସମାଜେ ଓ ବିଶ୍ଵେ

    ବିଷାକ୍ତ ମଞ୍ଜିର ବିଷ ବୁଣି

    ନିଜକୁ ସଚ୍ଚା ସମାଜସେବୀର

    ଆଖ୍ୟା ଦେଇ 

    ଗଣତନ୍ତ୍ର ଓ ସାମ୍ୟବାଦକୁ 

      ହତ୍ୟା କରି

    ପଚାରୁଛନ୍ତି ସେମାନେ

      ଏ ସମାଜେ ଓ ବିଶ୍ଵେ

    ବିଭେଦତା, ବିଛିନ୍ନତା,

    ଆତଙ୍କବାଦ ଓ ଶ୍ରେଣୀବାଦର

    ବିଷମଞ୍ଜି ଏ ସମାଜେ ଓ ବିଶ୍ଵେ

     କିଏ ବୁଣିଲା ?


    

    

   

    



   




Rate this content
Log in